ନବ ନିଯୁକ୍ତ ଜିଲ୍ଲା ବିଜେଡି ଉପ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଧାୟକ
ହାଟଡିହି (ଓ୍ବାଇଏନଏସ): ନବ ନିଯୁକ୍ତ ଜିଲ୍ଲା ବିଜେଡି ଉପ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଘସିପୁରା ଓ ଆନନ୍ଦପୁର ବିଧାୟକ। ଆଜି ଏଥିଲାଗି ହାଟଡିହି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ନବ ନିଯୁକ୍ତ ଜିଲ୍ଲା ବିଜେଡି ଉପସଭାପତି ବିକ୍ରମ କେଶରୀ ବିଶ୍ଵାଳ, କିଶୋର ଜେନା, ସାଧାରଣ ସମ୍ପାଦକ ସୁଶୀଲ ହୋତା, ଶତ୍ରୁଘ୍ନ ପାତ୍ର, ଓ ସମ୍ପାଦକ ବୀରେନ୍ଦ୍ର କୁମାର ବିଶ୍ଵାଳଙ୍କୁ ପୁଷ୍ପ ଗୁଚ୍ଛଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏବେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାର ଗୁରୁ ଦାୟିତ୍ୱକୁ ନୂତନ କର୍ମକର୍ତା ମାନେ ସୁଚାରୁରୂପେ ସମ୍ପାଦନ କରିବେ ବୋଲି ସମସ୍ତେ ଆଶାବାଦୀ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ଵାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ଅମରେନ୍ଦ୍ର ଧଳ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦୀପ୍ତି ରଞ୍ଜନ ଦାସ, ଆନନ୍ଦପୁର ବ୍ଲକ ବିଜେଡି ସଭାପତି ରାମଚଦ୍ର ପଲେଇ, ହାଟଡିହି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବରିଷ୍ଠ ନେତା ବିଶ୍ୱନାଥ ନାୟକ, ଗୌରାଙ୍ଗ ରଣା, ତ୍ରୈଲୋକ୍ୟ ସାହୁ, ବିମଳ କିଶୋର ଜେନା, ଧୁଶାସନ ସାହୁ, ଗୋପାଳ ନାୟକ, କାମପାଳ ନାୟକ, ରୁଦ୍ର ପ୍ରସାଦ ଜେନା, ଗିରିଶ ସ୍ୱାଇଁ, ଉଦୟନାଥ ସା, କୁଳମଣି ରାଉତ, ବୈଦ୍ୟନାଥ ସାମଲ, ଶ୍ରୀକାନ୍ତ ନାୟକ, ଅମୀୟ ରଞ୍ଜନ ପହି, ପ୍ରଶାନ୍ତ ନାୟକ ଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।


