ରାଧାକୃଷ୍ଣ ପରିବା ବ୍ୟବସାୟୀ ସଂଘର କର୍ମକର୍ତା ମନୋନୀତ
ହିଞ୍ଜିଳିକାଟୁ, (ଯଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳିକାଟୁ ପରିବା ବଜାରରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ନେଇ ଏକ ସଂଘ ଗଠନ କରାଯାଇଛି । ହିଂଜିଳିକାଟୁ ବ୍ଳକ ଖରିଡ଼ା ସ୍ଥିତ ମା’ କରେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଦେବରାଜ ନାହାକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପରିବା ବ୍ୟବସାୟୀ ମାନଙ୍କ ଏକତା, ସୁରକ୍ଷା ସମେତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମସ୍ତ ବ୍ୟବସାୟୀ ମିଳିମିଶି କାର୍ଯ୍ୟ କରିବା ଲାଗି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ସଂଘକୁ ରାଧାକୃଷ୍ଣ ପରିବା ବ୍ୟବସାୟୀ ସଂଘ ନାମରେ ନାମିତ କରାଯାଇଥିଲା । ସଂଘର କାର୍ଯ୍ୟ ସମ୍ପାଦନା ସକାଶେ କର୍ମକର୍ତା ମନୋନୀତ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ଅନିଲ କୁମାର ମହାପାତ୍ର, ଉପସଭାପତି କୃଷ୍ଣଚନ୍ଦ୍ର ଗୌଡ଼, ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ଗୌଡ଼, କୋଷାଧ୍ୟକ୍ଷ ଭାବେ ଅଭିରାମ ପାତ୍ର, ନିର୍ବାହୀ ସଭ୍ୟ ଭାବେ ଅନ୍ତର୍ଯ୍ୟମି ପଣ୍ଡାଙ୍କୁ ମନୋନୀତ କରଯାଇଥିଲା । ଉପଦେଷ୍ଟା କମିଟି ସଦସ୍ୟ ଭାବେ ଡ଼ମ୍ବୁରୁଧର ନାହାକ, ଦେବରାଜ ନାହାକ, ସନ୍ତୋଷ କୁମାର ସାବତ, ଭଗବାନ ଗୌଡ଼, ନିଳାଂଚଳ ଗୌଡ଼, ଶଙ୍କର ଗୌଡ଼, କେଦାର ସାହୁ, ବଳରାମ ବେହେରା ଓ ଟୁଟୁ ସେଠିଙ୍କୁ ମନୋନୀତ କରଯାଇଥିଲା । ଉକ୍ତ ବୈଠକରେ ସ୍ଥାନୀୟ ପରିବା ବଜାରର ବହୁ ପରିବା ବ୍ୟବସାୟୀ ଉପସ୍ଥିତ ଥିଲେ ।


