ଅକାଳରେ ଝଡି ପଡିଲା ୩ ନାବାଳିକାଙ୍କ ଜୀବନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡାଇ ଗ୍ରାମରେ ଏକ ଦୁଖଦଘଟଣା ଦେଖିବାକୁୂ ମିଳିଛି । ଗତ ୨୫ ତାରିଖ ଦିନ ବି. ତୁରୁବୁଡାଇ ନିଜର ତିନି ନାତୁଣୀଙ୍କ ସହ ଶୋଇଥିଲେ । ହଠାତ୍ ୩ ନାତୁଣୀ ସମେତ ଆଇ କସ୍ତୁରୀ ରେଡ୍ଡି ଅସୁସ୍ଥ ହୋଇଥିଲେ । ଅସୁସ୍ଥ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଗ୍ରାମବାସୀ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତିକରିଥିଲେ । କିନ୍ତୁ ମେଡିକାଲରେ ଭର୍ତ୍ତିକରିବା ପୂର୍ବରୁ ରାସ୍ତାରେ ହିଁ ୭ ବର୍ଷୀୟ ସୋନା ରେଡ୍ଡିଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ୩ ଜଣ ଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ୨ ନାତୁଣୀ ସମେତ ଆଇ କସ୍ତୁୂରୀ ରେଡ୍ଡିଙ୍କୁ ବଡ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ଡାକ୍ତରଙ୍କୁ ଦେଖାଇ ମେଡିସିନ୍ ଧରି ନିଜ ଗ୍ରାମକୁ ଚାଲିଯାଇଥିଲେ । ଏହା ପରେ ପୁଣୀ ୨୬ ତାରିଖ ରେ ହିଁ ୬ ବର୍ଷିୟ ନାବାଳିକା ଟିକିନା ରେଡ୍ଡିଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ଆଇ ସମେତ ୧୦ ବର୍ଷିୟ ନାତୁଣୀ ବର୍ଷା ରେଡ୍ଡିଙ୍କୁ ୨୭ ତାରିଖ ରେ ପୁଣୀ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଥିଲା ।ସେଠାରେ ଡାକ୍ତର ପୁଣି ବର୍ଷା ରେଡ୍ଡିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆଇ କସ୍ତୁରୀ ରେଡ୍ଡି ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୫ ତାରିଖ ରାତିରେ ୩ ନାତୁଣୀ ସମେତ କସ୍ତୁରୀ ରେଡ୍ଡି ଶୋଇଥିବା ବେଳେ ଚାଉଳ ବସ୍ତାରେ ରଖିଥିବା କୀଟନାଶକ ମେଡିସିନ ଗ୍ୟାସରେ ଏଭଳି ଦୁଖଦ ଘଟଣା ଘଟିଥିବା କଥା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ