ଚନ୍ଦ୍ରଭାଗୋତ୍ସବ ଉଦ୍‌ଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା): ପୁସ୍ତକ ସାହିତ୍ୟ ପାଇଁ ଏବଂ ସାହିତ୍ୟ ସମାଜଗଠନ ପାଇଁ କାଳକାଳ ଧରି ଅପରିହାର୍ଯ୍ୟ। ‘ଚନ୍ଦ୍ରଭାଗା’ ଅନୁଷ୍ଠାନ ଦ୍ୱାରା ଦୀର୍ଘ ବର୍ଷବର୍ଷ ଧରି ପୁସ୍ତକପ୍ରେମ, ସାହିତ୍ୟର ଉତ୍କର୍ଷ ତଥା ସମାଜ ସଂବୃଦ୍ଧି ନିମିତ୍ତ କେବଳ ଭଲ ମଣିଷ ଗଢ଼ିବାପାଇଁ ନିରବଚ୍ଛିନ୍ନ ପ୍ର୍ରୟାର୍ସ କରିଆସୁଛି, ଯାହା ଐତିହାସିକ ଦୃଷ୍ଟାନ୍ତକାରୀ ହୋଇରହିବ ବୋଲି ବାଲେଶ୍ୱର ସହର ଗାନ୍ଧିସ୍ମୃତି ଭବନରେ ୩୬ ବର୍ଷର ଚନ୍ଦ୍ରଭାଗା ଉତ୍ସବ ପ୍ରଥମ ସକାଳରେ ମଂଚପୂଜା, ୩୧ ବର୍ଷର ବାଲେଶବର ବହିମେଳା ଉଦ୍‌ଘାଟନ କରି ଓଡ଼ିଶାର ପ୍ରଖ୍ୟାତ ସାରସ୍ୱତ ସାଧକ କବି-କଥାକାର-ବକ୍ତା ଦାଶ୍‌ବେନ୍‌ହୁର ନିଜର ସ୍ୱଭାବସୁଲଭ ବକ୍ତବ୍ୟରେ ନିଜର ମନ୍ତବ୍ୟ ରଖିଛନ୍ତି। ‘ନାଚ୍‌’ ଅନୁଷ୍ଠାନର ମିଳିତ ସହଯୋଗରେ ଓଡ଼ିଶାର କୋଣ ଅନୁକୋଣରୁ ଶତାଧିକ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ସବର ଆଦ୍ୟାଂଶରେ ମିତା ପଟ୍ଟନାୟକଙ୍କ ସ୍ୱାଗତ ବକ୍ତବ୍ୟରେ ଡକ୍ଟର ହରିଶ୍ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ କବି ପ୍ରଶାନ୍ତ ଦାସ, ପ୍ରଫେସର ସଚ୍ଚିଦାନନ୍ଦ ତ୍ରିପାଠୀ, ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀ ନିଜନିଜର ଅଭିବ୍ୟକ୍ତି ଜରିଆରେ ‘ଚନ୍ଦ୍ରଭାଗା’ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ। ପ୍ରତିଷ୍ଠାତା କବି ଶ୍ରୀଦେବ ଆରଂଭ ତଥା ଶେଷ କଥା ଅନେକ ଉତ୍‌ଥାନ ପତନରେ ଦୀର୍ଘବର୍ଷର ଅନୁଭବକୁ ପ୍ରକାଶ କରି ‘ଚନ୍ଦ୍ରଭାଗା’ ଅନୁଷ୍ଠାନ ଲକ୍ଷ୍ୟଭ୍ରଷ୍ଟ ହେବନାହିଁ ବୋଲି ନିଜର ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ‘ଚନ୍ଦ୍ରଭାଗା’ର ସହଭାଗୀ ଡ. ଶଶିକାନ୍ତ ମହାନ୍ତି, ସମାଜସେବୀ ଅବନୀ ଜେନା, ଗାଳ୍ପିକ ସଞ୍ଜୟ ପଣ୍ଡା, କବି ସତ୍ୟବ୍ରତ ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ସର୍ବପ୍ରଥମେ କଣ୍ଠଶିଳ୍ପୀ କଲ୍ୟାଣୀ ନନ୍ଦ ଓ ସାଥୀମାନେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତରେ ସମସ୍ତଙ୍କୁ ବିମୋହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ