ନାବାଳିକାଙ୍କୁ ନେଇ ହୋଇଥିବା ଅଶ୍ଳୀଳ ଭିଡିଓ ଦେଖୁଥିଲେ ସାବଧାନ : ଡିସିପି

କଟକ, (ଓ୍ବାଇଏନଏସ): ଶିଶୁ କିମ୍ବା ନାବାଳକ, ନାବାଳିକାଙ୍କୁ ନେଇ ହୋଇଥିବା ଅଶ୍ଳୀଳ ଭିଡିଓ ଦେଖୁଥିଲେ, ପୋଲିସ ନିଶ୍ଚିତ ବାନ୍ଧିବ। ଆଜି ଏହା ସ୍ପଷ୍ଟ କରିଛନ୍ତି କଟକ ଡିସିପି। ଅନୁରୂପ ଅଭିଯୋଗରେ ଗତକାଲି କମିଶନରେଟ ପୋଲିସ ଯାଜପୁର  ଅନ୍ତର୍ଗତ ମଙ୍ଗଳପୁରର ମୁକେଶ ବାରିକଙ୍କୁ ଗିରଫ କରିଛି। ମୁକେଶ ନାବାଳିକା ମାନଙ୍କର ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ସେଗୁଡିକୁ ହ୍ବାଟ୍ସଅପ ଗ୍ରୁପରେ ସେୟାର କରୁଥିବା ଅଭିଯୋଗ ହୋଇଥିଲା। ଏହା ସହ ମୁକେଶ ଶିଶୁ ମାନଙ୍କୁ ନେଇ ହୋଇଥିବା ଅଶ୍ଳୀଳ ଓ୍ବେବସାଇଟ ଦେଖୁଥିବା ଅଭିଯୋଗ ହୋଇଥିଲା। କମିଶନରେଟ ପୋଲିସର ସାଇବର ଥାନା ମୁକେଶଙ୍କ ଅନଲାଇନ ଗତିବିଧି ଉପରେ ନଜର ରଖିଥିଲା। ତାଙ୍କର ଅନଲାଇନ ଗତିବିଧିରୁ ସେ ଆପତ୍ତିଜନକ ଓ ବେଆଇନ ସାଇଟ୍ ଗୁଡ଼ିକ ଦେଖୁଥିବା ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ସାଧାରଣ ଲୋକେ ଏଭଳି ଅନଲାଇନ କଣ୍ଟେଣ୍ଟରୁ ଦୂରେଇ ରହିବା ପାଇଁ କଟକ ଡିସିପି ପରାମର୍ଶ ଦେଇଛନ୍ତି। ଯେଉଁ ମାନେ ଏଭଳି ବେଆଇନ ଓ ନିଷିଦ୍ଧ କଣ୍ଟେଣ୍ଟ ଦେଖବାର ପ୍ରୟାସ କରିବେ, ସେମାନେ ସ୍ବାଭାବିକ ଭାବେ ପୋଲିସ ସ୍କାନରକୁ ଚାଲିଆସିବେ ବୋଲି ଡିସିପି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ