ଦୋଳାରେ ବୁହାହେଲେ ରୋଗୀ

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକ ଅନ୍ତର୍ଗତ ବାଡାପଦର ଗ୍ରାମରେ ପୁଣୀ ଦୋଳାରେ ରୋଗୀ ବୁହାହେବା ଘଟଣା ଦେଖିବାକୁ ମିଳିଛି । ରାସ୍ତା ଘାଟ ନିର୍ମାଣ ହୋଇନଥିବାରୁ ରୋଗୀଙ୍କୁ ରୋଗୀଙ୍କ ସଂପର୍କୀୟ ମାନେ ଦୋଳାରେ ବୋହି ୭ କିଲୋମିଟର ଦୁର ମାରଦାଜୋର ପର୍ଯ୍ୟନ୍ତ ଦୋଳାରେ ବୋହି ଆଣିଥିଲେ । ଏହା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାମପୁର ମେଡିକାଲରେ ରୁବିନା ବେନିଆ ଚିକିତ୍ସିତ ହେଉଛନ୍ତି । ସେ ଜ୍ୱରରେ ପିଡିତ ରହିଥିଲେ । ତେଣୁ ସରକାର ତରଫରୁ ତୁରନ୍ତ ଗ୍ରାମ ଗୁଡିକୁ ରାସ୍ତା ସଂଯୋଗ କରିବା ନିମନ୍ତେ ଲୋକମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ