ଟୋକେନ ନମିଳିବାରୁ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଲେ ଚାଷୀ
କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଚାଷୀ ମାନଙ୍କର ଅମଳ ହୋଇଥିବା ଧାନକୁ କ୍ରୟ କରିବା ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଧାନମଣ୍ଡି ଖୋଲାଯାଉଛି । କିନ୍ତୁ ନିର୍ଦ୍ଧାରିତ ସମୟରେ ଚାଷୀ ମାନଙ୍କୁ ଟୋକେନ ନମିଳିବାରୁ ଧାନ ମଣ୍ଡିରେ ତାଲା ପକାଇ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଲମପୁର ମଣ୍ଡିରେ ପାଖାପାଖି ୫୦ ରୁ ଉର୍ଦ୍ଧ୍ୱ ଚାଷୀ ପଂଜିକରଣ କରିଥିବା ବେଳେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟୋକେନ ଚାଷୀ ମାନଙ୍କୁ ମିଳିପାରିନାହିଁ ।ଧାନ ବିକ୍ରୟ କରିନପାରି ଚାଷୀ ମାନେ ଚିନ୍ତାରେ ରହିଛନ୍ତି । ଘଟଣା ସ୍ଥଳରେ କୈାଣସି ଅଧିକାରୀ ଉପସ୍ଥିତ ନଥ୍ôବା ବେଳେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ରହିବ ବୋଲି ଚାଷୀ ମାନେ ଚେତାବନି ଦେଇଛନ୍ତି ।


