ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ୮ ଦଫା ଦାବିନେଇ ବିକ୍ଷୋଭ

ପୋଲସରା, (ଅନୀଲ କୁମାର ମହାରଣା) :  ପୋଲସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜାନୁଆରୀ ୦୯ ତାରିଖ ଦିନ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ପୋଲସରା ଶାଖା ଆବାହକ ଶିବ ପ୍ରସାଦ ସାହୁ ଓ ହୀନ ସ୍ୱାଇଁଙ୍କ ନେତୃତ୍ୱରେ ଚାଷୀମାନଙ୍କ ୦୮ ଦଫା ଦାବି ବିଷୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ବିକ୍ଷୋଭରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ କୃଷକ ମଜଦୁର ମହାସଂଘ ରାଜ୍ୟ ସଭାପତି ସଚିନ ମହାପାତ୍ର ଯୋଗଦେଇ ଚାଷୀଙ୍କ ଧାନମଣ୍ଡି ସମସ୍ୟା ସାଙ୍ଗକୁ ଧାନ ବିକ୍ରି ବେଳେ ମିଲର ମାନେ ଯେଉଁ କଟନୀ ଛଟନି  କରୁଛନ୍ତି ତାହାରି ଉପରେ ଆଲୋଚନା କରାଯିବା ସହିତ ଚାଷୀଙ୍କୁ ସରକାର ଯେଉଁ ଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି ତାହାରି ଉପରେ ବକ୍ତବ୍ୟ ରଖି ଚାଷୀଙ୍କ ସମସ୍ୟାକୁ ସମ୍ମାନର ସହ ଗୁରୁତ୍ୱ ଦେଇ  ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଚାଷୀ  ବିକ୍ଷୋଭ କାର୍ଯ୍ୟକ୍ରମରେ ଚାଷୀମାନେ ବିକ୍ଷୋଭ କରିବା ସହିତ ୮ଦଫା ଦାବିନେଇ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଧାନମଣ୍ଡିର ସମସ୍ୟା ସହିତ ବ୍ଲକ ହେଡ଼ କ୍ଵାଟରରେ କୃଷକ ଭବନ ନିର୍ମାଣ କରିବା ପାଇଁ ବିଡ଼ିଓ ଓ ତହସିଲଦାରଙ୍କୁ  ଅବଗତ କରାଇବା ସହିତ  ଦାବିପତ୍ରରେ ଉଲ୍ଲେଖ କରିଥିଲେ। ଚାଷୀମାନେ ବିଡ଼ିଓ କାର୍ଯ୍ୟାଳୟରୁ ବାହାରି ସହରରେ ରାଲିରେ ଯାଇ ତହସିଲ କାର୍ଯ୍ୟାଳୟରେ ପହଂଚି ତହସିଲଦାର ଦିପ୍ତିମୟୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଋଷିକୂଲ୍ୟା ରୟତ ମହାସଭା  ପୋଲସରା ଶାଖାର ଆବାହକ ଶିବ ପ୍ରସାଦ ସାହୁ, ହୀନ ସ୍ୱାଇଁ, ଉପଦେଷ୍ଟା ମୁନି ରଥ, ସଂଯୋଜକ ନାରାୟଣ ପ୍ରଧାନ, ବିପିନ ବିହାରୀ ପ୍ରଧାନ, ଶଙ୍କର ଡାକୁଆ, ଦୁଃଖିଶ୍ୟାମ ପ୍ରଧାନ, ପଞ୍ଚାନନ ମହାରଣା, ଜ୍ୟୋତିର୍ମୟ ଦାସ ସମେତ  ସମସ୍ତ ପଞ୍ଚାୟତର ଅଗ୍ରଣୀ ଚାଷୀମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ