ଚିରିକିପଡା ଶାସନ ପ୍ରିମିୟର ଲିଗ ଉଦଘାଟନ

ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ବାଲୁଙ୍କେଶ୍ବର ମନ୍ଦିର ପଡ଼ିଆରେ ଚିରିକିପଡା ଶାସନ ପ୍ରିମିୟର ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଦୀପକ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରକୁ ଗ୍ରାମର ସମାଜସେବୀ ତଥା ଆସିକା କୋପେରେଟିଭ ସୋସାଇଟି କେନ୍ଦ୍ରିୟ ବ୍ୟାଙ୍କ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ଉଦଘାଟନି ମ୍ୟାଚରେ ଫୋର ଥାର୍ଟି କ୍ଳବ ସହିତ ଜୟ ମାଁ ସିଂହାସନୀ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍ ଜିତି ଜୟ ମାଁ ସିଂହାସନୀ ବୋଲିଙ୍ଗ୍ କରି ପ୍ରତିଦ୍ବନ୍ଦିକୁ ୯୬ ରନରେ ସିମିତ କରିଥିଲେ। ଜୟ ମାଁ ସିଂହାସନୀ ୯୬ ରନର ଲକ୍ଷ୍ୟ ନେଇ ୮୯ ରନ୍ ରେ ଅଲ୍ ଆଉଟ୍ ହୋଇ ୭ ରନ୍ରେ ପରାଜିତ ହୋଇଥିଲେ। ଅମ୍ପାୟର ରୁଦ୍ର ସାହୁ ଓ ଆଲୋକ ଗୌଡ଼ ଖେଳ ପରିଚାଳନା କରିଥିଲାବେଳେ ସୂର୍ଯ୍ୟ ନାରାୟଣ ପୋଲାଇ, ଆଲୋକ ମହାପାତ୍ର, କାହ୍ନୁଚରଣ ନାହାକ, ତୁତୁନୁ ପ୍ରଧାନ, ନାରାୟଣ ସାହୁ, ଶିବରାମ ଗୌଡ଼, ସନ୍ୟାସୀ ସାହୁ, ସୁନୀଲ ନାୟକ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ