ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ବୁଗୁଡା, (ଅନୀଲ କୁମାର ମହାରଣା): ବୁଗୁଡା ବ୍ଳକର ଅନ୍ତରପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୦୯/୦୧/୨୬ ତାରିଖ ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ମୁଖ୍ୟବକ୍ତା ଭାବେ ଭଞ୍ଜମାଟିର ସମ୍ପାଦକ କାମରାଜୁ ସାହାଣୀ, ସମ୍ମାନିତ ଅତିଥି ଭାବେ ତାଳସାକର ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ଅନ୍ତରପଡା ସରପଞ୍ଚ ବସନ୍ତ କୁମାର ଶତପଥୀ, ଏସଏମସି ସଭାନେତ୍ରୀ ରଞ୍ଜୁଲତା ନାୟକ, ଦିଲ୍ଲୀପ କୁମାର ଖଡଙ୍ଗା, ସନ୍ତୋଷ କୁମାର ଭୋଳ, ମଧୁସୂଦନ ପ୍ରଧାନ, ସିଆରସିସି ଶର୍ମିଷ୍ଠା ଜେନା, ଡାକରବାଡି ପ୍ରଧାନ ଶିକ୍ଷକ ନିରଞ୍ଜନ ଗୌଡ଼, ପ୍ରକୃତି ବନ୍ଧୁ ନିରଞ୍ଜନ ଖଡଙ୍ଗା, ସୋଲଣ୍ଡି ର ସହକାରୀ ଶିକ୍ଷକ ସତ୍ୟ ସେଠୀ, ସିଆରସିସି ଦିଲ୍ଲୀପ କୁମାର ବେହେରା, ବି.ବୋରଦା ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବିଶ୍ୱାଳ, ଅରଖପୁର ସହକାରୀ ଶିକ୍ଷକ କମଳ ଲୋଚନ ପାଣିଗ୍ରାହୀ, ମକରାପଲ୍ଲୀ ସହକାରୀ ଶିକ୍ଷକ ସନ୍ତୋଷ ପାତ୍ର, ମଙ୍ଗରାଜପୁର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟକ ଓ ବେଲପଡା ର ଶିକ୍ଷକ ବିନାୟକ ନାୟକ ଯୋଗଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଉତ୍ତମ ଭାବେ ଶିକ୍ଷା ଗ୍ରହଣ କରି ଭଲ ମଣିଷଟିଏ ହେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ କମଳ ଲୋଚନ ପ୍ରଧାନ, କଲ୍ୟାଣି ସେଠୀ, ସ୍ୱାଗତିକା ଦାସ, ଆଦିତ୍ୟ କୁମାର ପ୍ରଧାନ, ଶିବରାମ ଆପଟ, ଲୋପାମୁଦ୍ରା ଲେଙ୍କା ଓ କାଳୁ ଚରଣ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


