ଗେଡ଼ମା ସମିତିରେ ଧାନମଣ୍ଡି ଉଦଘାଟନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଗେଡ଼ମା ସମବାୟ ସମିତିରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗେଡ଼ମା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି  ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ସମିତି ଅଧୀନରେ ଥିବା ଚାଷୀ ମାନଙ୍କ ମଧ୍ୟରେ ୫୪୦ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ , ୧୧ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସିଛି । ଏହି ଉଦଘାଟନ ଉତ୍ସବରେ ଯୁଧିଷ୍ଠିର ପାତ୍ର, ମନୋରଞ୍ଜନ ଦାସ, ନୀଳମଣି ନାୟକ, ଜ୍ଞାନଞ୍ଜୟ ଦାସ, ସନ୍ତୋଷ ଦାସ, ଶ୍ୟାମ ସୁନ୍ଦର ଦାସ, ଶେଷଦେବ ଦାସ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ l  ଡିଇଓ ଜୟନ୍ତ କୁମାର ସ୍ୱାଇଁ, ଅମିତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ