ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳଙ୍କୁ ପୁରାତନ ଛାତ୍ର ସଂସଦ ଓ ବିଦ୍ୟାଳୟ ପକ୍ଷରୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶତାଧିକ ପୁରାତନ ଛାତ୍ରଛାତ୍ରୀ ତାଙ୍କୁ ମରେଇ ଗାଁ ବାସଭବନରୁ ଏକ ଶୋଭାଯାତ୍ରାରେ ଜଳକଳଙ୍ଗ, ହାଟଡିହି, ଅଣା ଛକ ଦେଇ ଶାସଙ୍ଗ ଗ୍ରାମ ପରିକ୍ରମା କରି ସ୍କୁଲ କୁ ପାଛୋଟି ଆଣିଥିଲେ। ଗ୍ରାମ ପରିକ୍ରମା କରିବା ବେଳେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ଓଷ୍ଟା କେନ୍ଦୁଝରର ଉପଦେଷ୍ଟା ଚିନ୍ତାମଣି ଜେନା, ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ, ଭାରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଓଷ୍ଟାର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟାର କେନ୍ଦୁଝର ଜିଲ୍ଲା ସଭାପତି ମନ୍ମଥ କୁମାର ମହାନ୍ତ, ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ହାଟଡିହି ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଶିଶିର କୁମାର କର, ପ୍ରମୁଖ ଯୋଗଦେଇ ଗୁରୁ ଶିଷ୍ୟର ପରମ୍ପରା ଉପରେ ଆଲୋକପାତ କରିଥିଲେ। ଜଣେ ଶିକ୍ଷକ ପାଇଁ ତାଙ୍କ ଅବସର ସମ୍ବର୍ଦ୍ଧନା ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶିକ୍ଷକ ପଦ୍ମନାଭ ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ଲଷ୍ମୀକାନ୍ତ ମିଶ୍ର, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ, ରମେଶ କୁମାର ନାୟକ, ତେଲକୋଇ ବ୍ଲକ ପୁରୁଯୋଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଶୀଭୁଷଣ ଜେନା, ସାତକୋଶିଆ ହାଇସ୍କୁଲ ଭରତ ଚନ୍ଦ୍ର ସାମଲ, ନବଘନ ନାୟକ, ଅନିରୁଦ୍ଧ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଆଖପାଖ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିବା ବେଳେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।


