ବ୍ଲକ୍‌ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ତାଳଚେର,(ୱାଇଏନଏସ): ଓଡ଼ିଶା ସରକାରଙ୍କ ମଧୁବାବୁ ପେନସନ ଯୋଜନା ରେ ବାଦ୍ଧକ୍ୟ ଓ ଅନ୍ୟାନ ଭତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ରାଜ୍ୟର ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଏହି ବର୍ଷ ଅକ୍ଟୋବର ମାସଠାରୁ ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ତାଳଚେର ସଭାଗୃହଠାରେ ବ୍ଲକ୍‌ସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତାଳଚେର ବ୍ଲକ୍‌ର ୬ଟି ଗ୍ରାମ ପଞ୍ଚାୟତର ମୋଟ ୨୦୦ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରୀ ସମ୍ବନ୍ଧୀୟ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ରାଜେନ୍ଦ୍ର ସିଂହ, ମାନ୍ୟବର ବିଧାୟକଙ୍କ ପ୍ରତିନିଧି ସନ୍ତୋଷ କୁମାର ପ୍ରଧାନ ଏବଂ ତାଳଚେରର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତ୍ତା ମଞ୍ଜୁରୀପତ୍ର ପ୍ରଦାନ କରିଥିଲେ। ଏହାବ୍ୟତୀତ, ଚଳନଶକ୍ତିଜନିତ ଦିବ୍ୟାଙ୍ଗତା ଥିବା ୫ ଜଣ ହିତାଧିକାରୀଙ୍କୁ ବ୍ୟାଟେରୀଚାଳିତ ତିନିଚକିଆ ଯାନ ପ୍ରଦାନ କରାଯାଇଥିଲା। ଉକ୍ତ ହିତାଧିକାରୀମାନେ ମଧ୍ୟରେ ଛବିଳା ପ୍ରଧାନ, ଲେମ୍ବୁ କାନ୍ତ, ଜନତା ପ୍ରଧାନ, ଲଳିତ କୁମାର ଦଣ୍ଡିଆ, ସୁଶୀଳ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ସହିତ ଅନ୍ୟାନ୍ୟ ଦାୟିତ୍ୱ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପପୁ ବେହେରା ତୁଲାଇଥିଲେ। ଏଥିରେ ସମ୍ପୃକ୍ତ ୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ADEO ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଜନଙ୍କ ସ୍ୱାବଲମ୍ବନକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ଯୋଗ୍ୟ ହିତାଧିକାରୀଙ୍କ ଜୀବନଧାରଣକୁ ଅଧିକ ସହଜ ଓ ସୁରକ୍ଷିତ କରିବାରେ ସହାୟକ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ