ଏସ.ଆଇ କେଳେଙ୍କାରୀ ମାମଲା: ଘୁଞ୍ଚିଲା ମୁନା ମହାନ୍ତି ସମେତ ୮ଜଣଙ୍କ ଜାମିନ ଆବେଦନ ଶୁଣାଣି

କଟକ, (ଓ୍ବାଇଏନଏସ) : ପୋଲିସ ଏସଆଇ କେଳେଙ୍କାରୀ ମାମଲା । ମୁନ୍ନା ମହାନ୍ତି ସମେତ ମୋଟ ୮ ଜଣଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ ହୋଇଥିଲା । ଆସନ୍ତା ୧୬ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି । ପୋଲିସ ଏସଆଇ ପରୀକ୍ଷା ସ୍କାମ ଘଟଣାରେ ଗିରଫ ୯ ଜଣ ଜାମିନ ଆବେଦନ କରିଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମୋଟ ୯ ଜଣ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜେଲ୍‌ କର୍ତ୍ତୃପକ୍ଷଙ୍କ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହିତ ତଦନ୍ତର ସ୍ଥିତି ଅବଗତ କରାଇବାକୁ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୧୬ରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ