ରେଲୱେ ବ୍ରିଜ୍ ତଳେ ରସି ଲଗାଇ ଦୋଳି ଖେଳୁଛନ୍ତି ଅସାମାଜିକ ଯୁବକ
କଟକ,(ଓ୍ବାଇଏନଏସ): ରେଳ ବ୍ରିଜ୍ ତଳେ ଦୋଳି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ ଘଟଣା। କଟକ ବାରଙ୍ଗ କଣ୍ଟାପାଟଣା ନିକଟରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ପୁରୀ ମେନ୍ କେନାଲ୍ ର ରେଲୱେ ବ୍ରିଜ୍ ତଳେ ରସି ଲଗାଇ ଦୋଳି ହୋଇଛି। ଏଇ ଦୋଳିରେ ଝୁଲୁଛନ୍ତି କିଛି ପିଲା। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଆରପି ପହଞ୍ଚି ଦୋଳିକୁ ବାହାର କରିଛି। ରଜ ବେଳେ କିଛି ଅସାମାଜିକ ଯୁବକ ଏଭଳି ଦୋଳି ବାନ୍ଧିଥିବା ସୂଚନା ମିଳିଛି। ଉପରେ ଟ୍ରେନ, ତଳେ କେନାଲ ପାଣି ଏବେ ବିପଦଜନକ ଭାବେ ଦୋଳି କିଏ ବାନ୍ଧିଲା ଓ କିଏ ଏମିତି ଖେଳୁଛି ତାକୁ ନେଇ ତଦନ୍ତ ବି ଚାଲିଛି। ଆମେ ଏଠି କହି ରଖୁଛୁ କି, ଏମିତି ଖେଳ ଜୀବନ ପ୍ରତି ବିପଦଜନକ। ଆଦୌ ଏଭଳି କରନ୍ତୁ ନାହିଁ।


