ଡେରିକି ଧାନମଣ୍ଡି ଉଦ୍ଘାଟିତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପ୍ରାଥମିକ କୃଷି ସେବା ସମବାୟ ସମିତିର ଧାନମଣ୍ଡି ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତିର ସଭାପତି ପ୍ରକାଶ ଜେନା ଯୋଗ ଦେଇ ଫିତା କାଟି ମଣ୍ଡିକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଷୀ ପାଣ୍ଡବ ସାହୁ, ପ୍ରହଲ୍ଲାଦ ବିଶ୍ୱାଳ, ଶଶିଭୂଷଣ ବିଶ୍ୱାଳ, ପ୍ରିୟରଞ୍ଜନ ସ୍ୱାଇଁ, କେଦାର ଜେନା, ରାମଚନ୍ଦ୍ର ସ୍ୱାଇଁ,ବିଜୟ ବେହେରା, ଅନିରୁଦ୍ଧ ମହାନ୍ତି, ଗୁଣନିଧି ମହାନ୍ତି, ଯଯାତି ଜେନା, ବାବୁରାମ ସ୍ୱାଇଁ,ସପନି ବେହେରା ଆଦି ଯୋଗ ଦେଇଥିଲେ। ଚଳିତ ଖରିଫ ରିତୁ ପାଇଁ ଏହି ସମବାୟ ସମିତିରେ ୬୨୩ ଜଣ ଚାଷୀ ପଂଜୀକୃତ କରିଛନ୍ତି। ଆସନ୍ତା ମଙ୍ଗଳବାର ଠାରୁ ଧାନ ସଂଗ୍ରହ କରାଯିବ ବୋଲି ସମିତି ସଂପାଦକ ବାପୁଜୀ କୁମାର ଜେନା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମକୁ ସମିତିର ଡିଇଓ ନିରଞ୍ଜନ ବିଶ୍ୱାଳ, କର୍ମଚାରୀ ପ୍ରଶାନ୍ତ କୁମାର ସ୍ୱାଇଁ ପରିଚାଳନା କରିଥିଲେ।


