ଆସିକାରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମହୋତ୍ସବ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ସ୍ଥାନୀୟ କଳିଙ୍ଗ ରୋଡ୍ ସ୍ଥିତ ସତ୍‌ସଙ୍ଗ ବିହାର ପରିସରରେ ରବିବାର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମମହୋତ୍ସବ ଓ ଆସିକା ସତ୍‌ସଙ୍ଗ ବିହାରର ୧୬ତମ ବାର୍ଷିକୀ ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୋର ସମୟରେ ସତ୍‌ସଙ୍ଗ ବିହାର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ଓ ଉଷା କୀର୍ତ୍ତନ, ସମବେତ ଉଷା ବିନତୀ, ନାମଜପ ଓ ଗ୍ରନ୍ଥପାଠ ସମାପ୍ତ ପରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଫଟୋକୁ ଏକ ସୁସଜ୍ଜିତ ରଥରେ ସହର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶହ ଶହ ଅନୁଗାମୀ ଓ ଶ୍ରଦ୍ଧାଳୁ ପୁରୁଷ ଏବଂ ମହିଳା ଭକ୍ତ ସାମିଲ ହୋଇ ଭଜନକୀର୍ତ୍ତନ କରିଥିଲେ । ସତ୍‌ସଙ୍ଗ ବିହାର ପରିସରରେ ଅନୁଷ୍ଠିତ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସତ୍‌ସଙ୍ଗ ବିହାରର ରୀତିକ ଡଃ ହରପ୍ରସାଦ ସାହୁ ଓ ଫୁଲବାଣୀ ସତ୍‍ସଙ୍ଗ କେନ୍ଦ୍ରର ସହ ପ୍ରତିରୀତିକ୍‍ ଜଗଦିଶ୍ୱର ପ୍ରଧାନ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟଜୀବନୀ ସଂପର୍କରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରି ଯୁଗ ପରିବର୍ତ୍ତନ ଓ ସମାଜକୁ ଶୃଙ୍ଖଳିତ କରିବା କ୍ଷେତ୍ରରେ ଯୁଗ ପୁରୁଷୋତ୍ତମ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହତ୍‍ ବାଣୀ ଓ ସତ୍‍ସଙ୍ଗ ବିଶେଷ ଗୁରୁତ୍ୱ ବହନ କରେ ବୋଲି ପ୍ରକାଶ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶ୍ରଦ୍ଧାଳୁ ଭକ୍ତ ନାରାୟଣ ବେହେରା, ଶିବରାମ ମହାରଣା, ନାରାୟଣ ପାତ୍ର, ସନ୍ତୋଷ କୁମାର ମିଶ୍ର, ଶିବଶଙ୍କର ମିଶ୍ର, ପି.ପ୍ରକାଶ ରାଓ ଦୋରା, ଜିତେନ୍ଦ୍ର କୁମାର ସେଠୀ, ସଚ୍ଚିଦାନନ୍ଦ ରାଉତ, ଚନ୍ଦ୍ରଶେଖର ମହାରଣା, ସନ୍ୟାସୀ ଜେନା, ରାମଚନ୍ଦ୍ର ଜେନା, ନୀଳମାଧବ ବେହେରା, ହଜାରି ବେହେରା, ଦିନେଶ୍‍ ସେଠୀ, ରବିନ୍ଦ୍ର କୁମାର ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ଟୁଲୁ ସ୍ୱାଇଁ, ନିଗମାନନ୍ଦ ରାଉତ, ରଜନୀକାନ୍ତ ଦାଶ, ସରୋଜ ମହାପାତ୍ର, ଭିକାରୀଚରଣ ପାତ୍ର, ହଜାରୀ ବେହେରା, ଦଣ୍ଡପାଣି ନାୟକ, ହୃଷିକେଶ ପାତ୍ର, ଭାଗ୍ୟଲତା ମଣ୍ଡଳ, ପି.ପାପା ଦୋରା, ପ୍ରତିମା କୁମାରୀ ସାହୁ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବେଳେ ଅପରାହ୍ନରେ ଆନନ୍ଦ ବଜାରରେ ପ୍ରସାଦ ସେବନ ଓ ମାତୃ ସମ୍ମିଳନୀ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୮ତମ ଜନ୍ମମହୋତ୍ସବ ଓ ଆସିକା ସତ୍‌ସଙ୍ଗ ବିହାରର ୧୬ତମ ବାର୍ଷିକୀ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମରେ ଆସିକା ସମେତ ବ୍ରହ୍ମପୁର, ହିଞ୍ଜିଳିକାଟୁ, ଭଂଜନଗର, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ବାଲିପଦର, ଧରାକୋଟ, ଶେରଗଡ, କବିସୂର୍ଯ୍ୟନଗର, ଖଲିକୋଟ, କୋଦଳା ତଥା ଏହାର ଆଖପାଖ ଅଞ୍ଚଳର ଥିବା ଠାକୁର ଅନୁକୂଳଚନ୍ଦ୍ରଙ୍କ ଶହ ଶହ ଭକ୍ତ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ