ଆସିକାରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) : ଭାରତୀୟ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଏବଂ ଆସିକା ବ୍ଳକ ପ୍ରଶାସନର ପରାମର୍ଶକ୍ରମେ ରବିବାର ଆସିକା ବିଧାନସଭାନିର୍ବାଚନ ମଣ୍ଡଳୀର ୨୧୪ଟି ବୁଥରେ ବୁଥସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଆସିକା ବ୍ଳକର ୨୭ଟି ଗ୍ରାମପଞ୍ଚାୟତର ୧୩୫ ଟି ବୁଥ, ଏନଏସିର ୧୮ଟି ୱାର୍ଡର ୧୮ଟି ବୁଥ ଏବଂ କବିସୂର୍ଯ୍ୟନଗର ବ୍ଳକର ୧୨ଟି ଗ୍ରାମପଞ୍ଚାୟତର ୬୧ଟି ବୁଥରେ ରବିବାର ୧୬ତମ ଜାତୀୟ ମତଦାତା ଦିବସ ପାଳନ ହେବା ସାଙ୍ଗକୁ ସଂକଳ୍ପ ପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଟିତ ହୋଇଯାଇଛି। ବାବନପୁର ବଡଦାଣ୍ଡ ସାହିରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ମତଦାତା ଦିବସ ପାଳନ କାର୍ଯ୍ୟକ୍ରମରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ସୁପରଭାଇଜର ଶିବଶଙ୍କର ଜେନା ଯୋଗଦେଇ ଜାତୀୟ ମତଦାତା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରି ନିର୍ବାଚନ ଆୟୋଗଙ୍କ ପ୍ରତିଷ୍ଟା ଦିବସକୁ ସ୍ମରଣ କରିବା ସହିତ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସ୍ମରଣ କରିବା ନିମନ୍ତେ ପ୍ରତିବର୍ଷ ଜାନୁଆରୀ ମାସ ୨୫ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଉଛି ବୋଲି ସୂଚନା ପ୍ରଦାନ କରିଥିଲେ । ବିଶେଷକରି ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ, ନିର୍ବାଚନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନିର୍ବାଚନ ପ୍ରକ୍ରିୟାରେ ଶତପ୍ରତିଶତ ଅଂଶଗ୍ରହଣ କରି ସଠିକ୍ ତଥା ଉପଯୁକ୍ତ ନେତା ଚୟନ କରିବା ହେଉଛି ଜାତୀୟ ମତଦାତା ଦିବସ ପାଳନର ଅନ୍ୟତମ ମହତ୍ ଉଦ୍ଦେଶ୍ୟ। ପ୍ରତିବର୍ଷ ନୂତନ ଭୋଟରଙ୍କ ପଞ୍ଜିକରଣ ନିମନ୍ତେ ନିର୍ବାଚନ ଆୟୋଗ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ କେତେଗୁଡିଏ ସଂସ୍କାର ଅଣାଯାଉଥିବା ଦେଖିବାକୁ ମିଳୁଛି। ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ବଡଦାଣ୍ଡ ସାହିରେ ଅନୁଷ୍ଟିତ ଜାତୀୟ ମତଦାତା ଦିବସ ପାଳନ କାର୍ଯ୍ୟକ୍ରମରେ ବୁଥ୍ସ୍ତରୀୟ ଅଧିକାରୀ ବିଷ୍ଣୁପ୍ରିୟା ଜେନା, ଉଜ୍ଜୟିନୀ ସାହୁ, ଶାନ୍ତିଲତା ସାହୁ, ଲଳିତା କୁମାରୀ ପଣ୍ଡା, ବିନତା ପାତ୍ର, ସଙ୍ଗୀତା ସରିତା ସେଠୀ, ସ୍ୱର୍ଣ୍ଣଲତା ଗୌଡ, ହରପ୍ରିୟା ଜେନା, ସୁଲତା ନାହାକ, ସୁରଭି ରାଣୀ ପଟ୍ଟନାୟକ, ମଂଜୁଳା ମିଶ୍ର, ପୁଷ୍ପାଞ୍ଜଳୀ ପ୍ରଧାନ, ମତଦାତା ସୁଦର୍ଶନ ନାୟକ, ଅଭିମନ୍ୟୁ ନାହାକ, ନିରାକାର ଗୌଡ, ବସନ୍ତ ପଟ୍ଟନାୟକ, ସଂଜୟ ଗୌଡ, ଚିତ୍ରସେନ ବାଡତ୍ୟା, ଦଣ୍ଡପାଣି ବାଡତ୍ୟା, ବାସନ୍ତି ସାହୁ, ତହପୋଇ ନାୟକ, ତମାଳ ବାଡତ୍ୟା, ସଂଯୁକ୍ତା ବାଡତ୍ୟା, ମାମାଲି ବାଡତ୍ୟା, ମୁନା ବାରିକ, ସନ୍ତୋଷ ମହାରଣାଙ୍କ ସମେତ ବହୁ ଗ୍ରାମବାସୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ୧୬ତମ ରାଷ୍ଟ୍ରୀୟ ମତାଦାତା ଦିବସ ପାଳନ ଅବସରରେ ରବିବାର ଅନୁଷ୍ଠିତ ବୁଥ୍ସ୍ତରୀୟ କାର୍ଯ୍ୟକ୍ରମରେ ଆମେ ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅତଥା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବୁ ବୋଲି ସଂକଳ୍ପପାଠ କରାଯାଇଥିଲା । ବାବନପୁର ଗ୍ରାମର ବଡଦାଣ୍ଡ ସାହିରେ ଅନୁଷ୍ଠିତ ଜାତୀୟ ମତଦାତା ଦିବସ ପାଳନ କାର୍ଯ୍ୟକ୍ରମରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ସୁପରଭାଇଜର ଶିବଶଙ୍କର ଜେନା ଯୋଗଦେଇ ଏହି କାର୍ଯ୍ୟକ୍ରମ ପାଳନର ପୃଷ୍ଟଭୂମୀ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଭୋଟଦେବାର ଅନୁଭୁତି ଅଟେ ଅତୁଳନୀୟ, ନିର୍ବାଚନରେ ମୁଁ ଭୋଟ ଦେବି ନିଶ୍ଚୟ ଏବଂ ଆଗାମୀ ସମସ୍ତ ନିର୍ବାଚନରେ ମତଦାନ କରିବା ଓ ଉନ୍ନତି ପଥରେ ଦେଶକୁ ମିଳିମିଶି ଆଗେଇ ନେବା ସଂକ୍ରାନ୍ତରେ ସଚେତନତାର ବାର୍ତ୍ତା ମତଦାତାମାନଙ୍କୁ ପ୍ରଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା ।


