କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କପ୍ର ୨ୟ ସେମି ଫାଇନାଲ: ଫାଇନାଲରେ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଶା କ୍ରିକେଟ ଆସୋସିଏସନ ଓ ଭଦ୍ରକ ଜିଲା କ୍ରିକେଟ ଆସୋସିଏସନର ମିଳିତ ସହଯୋଗରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ବ୍ଲକ ସ୍ତରୀୟ ଷ୍ଟାଡିୟମ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ବନ୍ତ କପ୍ -୨୦୨୬)ର ଆଜି(ଶୁକ୍ରବାର) ୨ୟ ସେମି ଫାଇନାଲ ମ୍ୟାଚ୍ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ ଓ ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡାକୁ ହରାଇ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ ଫାଇନାଲକୁ ପ୍ରବେଶ କରିଛି । ଟସ୍ ଜିତିି ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୭୯ ରନ୍ କରିଥିଲା । ଦଳ ପକ୍ଷରୁ ଦୀପକ କୁମାର ୨୭ ବଲରେ ୪୮ ଓ ବି.ସାତ୍ୱିକ ୨୩ ବଲରେ ୨୮ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡାର ବୋଲର ସୁଭମ୍ ସିଂହ ୪ ଓଭରରେ ୪୧ ରନ୍ ଦେଇ ୩ ଉଇକେଟ ନେଇଥିଲେ । ଜବାବରେ ପ୍ରୋଗ୍ରେସିଭ କ୍ଲବ ଝାରସୁଗୁଡା ୧୬.୫ ଓଭରରେ ସମସ୍ତ ଉଇକେଟ ହରାଇ ୯୩ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଅନନ ପ୍ରତାପ ୧୪ ବଲରୁ ୧୮ ରନ କରିଥିଲେ । ପ୍ରତିପକ୍ଷ ଦଳ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମର ବୋଲର କେ.ପି.ରାହୁଲ ୩ ଓଭରରେ ୧୨ ରନ୍ ଦେଇ ୩ ଓ ବି.ସାତ୍ୱିକ ୩ ଓଭରରେ ୬ ରନ୍ ଦେଇ ୩ ଉଇକେଟ ନେଇଥିଲେ । ୮୬ ରନ୍ର ବୃହତ ବିଜୟ ସହ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ୍ ଫାଇନାଲକୁ ପ୍ରବେଶ କରିଥିଲା । ଆଜିର ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମର ବି.ସାତ୍ୱିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲା କ୍ରୀଡା ଅଧିକାରୀ ରମେଶ କୁମାର ମହାନ୍ତି, କିଟ୍ର େ ଖଳ ପ୍ରଶିକ୍ଷକ ଡ.ମନମୋହନ ରାଉତ, ଇଂ.କ୍ଷୀରୋଦ ସାହୁ ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍କୁ ଲଲାଟ କେଶରୀ ନନ୍ଦ, ଶାନ୍ତନୁ ରାଉତ, ମ୍ୟାଚ୍ ରେଫେରୀ ବିସିସିଆଇର ପୂର୍ଣ୍ଣେନ୍ଦୁ ଜେନା ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ସଞ୍ଜୟ କୁମାର ମଜୁମଦାର, ସୁଧାଂଶୁ ଶେଖର ମହାନ୍ତି, ପୂର୍ବତନ ସରପଞ୍ଚ ବିଜୟ ନାୟକ, ବିଜୟ ବିଶ୍ୱାଳ, ସ୍କୋରର ଭାବେ ଗୁରୁଦେବ ସେଠୀ, ଜ୍ୟୋତି ରଞ୍ଜନ ଜେନା, ଅବନି ମଲ୍ଲିକ ଦାୟୀତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟରେ ନୃସିଂହ ବାରିକ, ଦେବେନ୍ଦ୍ର ନାୟକ, ସୁଧିର ନାୟକ, ସାଇପ୍ରସାଦ ସାହୁ, ଅନୁପ ନାୟକ, ବିଜୟ ମଲ୍ଳିକ, କାହ୍ନା ନାୟକ, ସାଇସତ୍ୟ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶନିବାର ଆର.ଭି.ୱାଇ.ସି.ଏ ଆନୁକୂଲ୍ୟରେ ସାଳନ୍ଦୀ ରେଡ୍ସ ଓ ବୈତରଣୀ ଗ୍ରୀନ୍ସ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ । ସେହପରି ରବିବାର ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟସ କଟକ ବନାମ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ୍ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟିର ବରିଷ୍ଠ ସଦସ୍ୟ ସପନ କୁମାର ମଜୁମଦାର, ପ୍ରଦ୍ୟୁମ୍ନ ସେଠୀ, ଉମାକାନ୍ତ ନାୟକ, ମୁକ୍ତିକାନ୍ତ ସାହୁ ସୂଚନା ଦେଇଛନ୍ତି ।


