ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ସ୍କୁଲରେ ମହାପୁରୁଷ ଶ୍ରୀ ଅଚ୍ୟୁତଙ୍କ ଜନ୍ମ ଜୟନ୍ତୀ ଓ ଦ୍ୱାଦଶ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ମାର୍ଗଦର୍ଶକ ତିହୁଡାସ୍ଥିତ ଗୁରୁକୃପା କୁଟୁରୀର ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଆଧ୍ୟାତ୍ମିକ ଜ୍ଞାନ ଏବଂ ଧାର୍ମିକ ଶାସ୍ତ୍ରରୁ ଶିକ୍ଷା ଗ୍ରହଣ କରିବା ପାଇଁ ସମସ୍ତ ପିଲା, ପିତାମାତା ଏବଂ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲ ପରିଚାଳନା ସମିତିର ସଭାପତି ସଭାପତି ନିରଂଜନ ବେହୁରାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଭାବେ ମୁଖ୍ୟ ଅତିଥି ଭାବେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଓ ଅର୍ଥ ପରାମର୍ଶଦାତା ମନୁନାଥ ସେଠୀ,ମୁଖ୍ୟବକ୍ତା ଭାବେ ବିଜେପି ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ,ତହସିଲଦାର ଅକ୍ଷୟ କୁମାର ବଡୁ, ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କା, ସମାଜସେବୀ ପ୍ରତାପ ପରିଡା,ଅଭିଶେଷ ସ୍ୱାଇଁ, ସ୍କୁଲ ପରିଚାଳନା ସମିତିର ଉପସଭାପତି ବିଜୟ କୁମାର ବେହେରା,ସମାଜସେବୀ ସନ୍ତୋଷ କୁମାର ସ୍ୱାଇଁ, ପ୍ରବୀର ନାୟକ, ବିନୟ ଭୂଷଣ ସ୍ୱାଇଁ,ସିଆରସିସି ପତାମ୍ବର ପରିଡା ପ୍ରମୁଖ ଯୋଗ ଦେଇ ସ୍କୁଲରେ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ପିଲାଙ୍କୁ ଜଣେ ଉତମ ଚରିତ୍ରବାନ ମଣିଷ ଗଠନ କରିବା ଦିଗରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ଉତରୀୟ ମାନପତ୍ର ଓ ଦିଆଯାଇ ସମ୍ବର୍ଦ୍ଧିତକରାଯାଇଥିଲା। ଦୁର୍ଯ୍ୟୋଧନ ଜେନା ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ। ପରିଶେଷରେ ବାର୍ଷିକ କ୍ରିଡା,ସାଧାରଣ ଜ୍ଞାନ ଓ ନୃତ୍ୟ ଗୀତ ଆଦିରେ ପାରିଦର୍ଶିତା ଲାଭ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱରା ମାନପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା। ଶ୍ରୀ ଅଚ୍ୟୁତ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟୀ ପୁଷ୍ପଲତା ଜେନା,ଗୀତାଞ୍ଜଳି ସ୍ୱାଇଁ,ଇତିଶ୍ରୀ ସାମଲ,ବିଜୟିନୀ ମହାପାତ୍ର, ଯୋଗମାୟା ମହାପାତ୍ର, ଅପୂର୍ବ ମହାରଣା, ସୌରଭ କୁମାର ବାରିକ, ଅନିଲ କୁମାର ମହାରଣାଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


