୩୩ତମ ରାଜ୍ୟ ସ୍ତରୀୟ ଶାରଳା କପ୍ ଅନୁଷ୍ଠିତ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପଛ ପଡିଆ ନରେନ୍ଦ୍ର ଷ୍ଟାଡିୟମ ରେ ୩୩ତମ ଶାରଳା କପ୍ ପ୍ରଥମ ସେମିଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ ଯଦୁପୁର କ୍ରିକେଟ କ୍ଲବ ଭୁବନେଶ୍ୱର ବନାମ ଆଦିତ୍ୟ ଇଲେଭେନ ଭୁବନେଶ୍ୱର ମଧ୍ୟରେ। ପ୍ରଥମେ ଟସ ଜିତି ଯଦୁପୁର କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ଓଭର ରେ ୮ଉଇକେଟ ହରାଇ ୧୭୫ରନ ସଂଗ୍ରହ କରିଥିଲା। ଯଦୁପୁର କ୍ରିକେଟ କ୍ଲବ ବିକ୍ରମ ସାମଲ ୩୮ବଲ ରେ ୪୯ରନ ସଂଗ୍ରହ କରିଥିଲେ। ୧୭୬ରନ ବିଜୟଲକ୍ଷ୍ୟ କୁ ପିଛା କରି ଆଦିତ୍ୟ ଇଲେଭେନ ୧୮.୫ ଓଭର ରେ ୬ଉଇକେଟ ହରାଇ ୧୭୬ରନ ସଂଗ୍ରହ କରି ଚଳିତ ବର୍ଷ ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାକୁ ମନୋନୀତ ହୋଇଛି। ଆଦିତ୍ୟ ଇଲେଭେନ ର ରାକେଶ ପାତ୍ର ୨୬ବଲ ରେ ୪୪ରନ ସଂଗ୍ରହ କରିଥିଲେ। ସେମିଫାଇନାଲ ମ୍ୟାଚ ରେ ଅତିଥି ଭାବେ ସମାଜସେବୀ ତଥା ମୋ ଗାଁ -ମୋ ଗର୍ବ ଆବାହକ ଅରୁଣ କୁମାର ବିଶ୍ୱାଳ, ମିଶ୍ର ଟ୍ୟୁଟୋରିଆଲ ଅଧକ୍ଷ ଅୟସକାନ୍ତ ମିଶ୍ର, ଅଭିଜ୍ଞ ତଥା ଯୁବ ଖବର ଦାତା ମଳୟ ବେହେରା,ନରେନ୍ଦ୍ର ଛାଟୋଇ, ଟୁଲୁ ବେହେରା, ସମାଜସେବୀ ଦେବାଶିଷ ବାରିକ, ପ୍ରତିଷ୍ଠାତା ନଟକିଶୋର ମହାନ୍ତି, ଉପଦେଷ୍ଟା ଦିବାକର ଛାଟୋଇ, ସଭାପତି ଯୁଗଳ କିଶୋର ମହାନ୍ତି, ଉପ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସେମିଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ରାକେଶ ପାତ୍ର ଙ୍କୁ ଟ୍ରଫି ଶହ ଅର୍ଥ ରାଶି ପ୍ରଦାନ କରିଥିଲେ।କିନ୍ତୁ ସବୁଠୁ ଆକର୍ଷଣ ସେମିଫାଇନାଲ ରେ ପରାଜୟ ଦଳ ଯଦୁପୁର କ୍ରିକେଟ କ୍ଲବ ଭୁବନେଶ୍ୱର କୁ ପ୍ରତିଷ୍ଠାତା ନଟ କିଶୋର ମହାନ୍ତି ୧୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।ଖେଳ ପରିଚାଳନା ରେ ଦିବ୍ୟଦର୍ଶୀ ଛାଟୋଇ ଓ ଡ୍ୟାନସିଂ ଅମ୍ପୟାର ବବୁଲ।ପ୍ରକାଶ ଚନ୍ଦ୍ର ବେହେରା, ଦ୍ରୁପଦ ଭୋଳ,ରାକେଶ ମହାନ୍ତି, ଖେଳ ଧାରାବିବରଣୀ ପ୍ରଦାନ କରିଥିଲେ।କ୍ରୀଡା ସମ୍ପାଦକ ମିଥୁନ ବେହେରା, ମିଡ଼ିଆ ସେଲ ସମ୍ପାଦକ ପ୍ରକାଶ ନାୟକ, ମନୋଜ ଛାଟୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶାରଳା କ୍ଳବ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ