ବିଧାୟକଙ୍କ ମହାନତା: ଦୁର୍ଘଟଣାଗସ୍ତ ଯୁବକଙ୍କୁ ମେଡିକାଲ ନେଲେ ନିଜ ଗାଡ଼ିରେ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ମହାନତା ଦେଖିବାକୁ ମିଳିଛି l ଜଣେ ଦୁର୍ଘଟଣା ଗ୍ରସ୍ତ ଯୁବକ ଙ୍କୁ ଉଦ୍ଧାର କରି ନିଜେ ଗାଡି ରେ ଛତ୍ରପୁର ମେଡିକାଲ ରେ ଭର୍ତ୍ତି କରିଛନ୍ତି l ବିଧାୟକ ଶ୍ରୀ ନାୟକ ପାଲୁରୁ ଛକରୁ ଛତ୍ରପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଗଡ଼ହୁମ୍ମା ନିକଟସ୍ଥ ଜାତୀୟ ରାଜପଥରେ ଏସ. ଜଗଦୀଶ ଆଚାରୀ ନାମକ ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଦେଖି ତାଙ୍କୁ ତୁରନ୍ତ ବିଧାୟକ ନିଜ ଗାଡ଼ିରେ ନେଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ଏହାସହିତ ଆହତ ଯୁବକଙ୍କ ଶୀଘ୍ର ଆରୋଗ୍ୟ ଓ ସୁସ୍ଥ ଜୀବନ କାମନା କରିଥିଲେ । ବିଧାୟକଙ୍କ ଏଭଳି କାର୍ଯ୍ୟ କୁ ବିଭିନ୍ନ ମହଲ ରୁ ପ୍ରଂଶସା କରାଯାଇଛି l


