ମହେନ୍ଦ୍ରଗିରି ମେଳାରେ କୋହଲା ନୃତ୍ୟ
ଛତ୍ରପୁର(ଓ୍ବାଇଏନଏସ): ପର୍ଶୁରାମ କ୍ଷେତ୍ର ମହେନ୍ଦ୍ରଗିରିର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସବୁଜିମାଭରା ବନରାଜି ମଧ୍ୟରେ କୋହଲା ନୃତ୍ୟ ମାଧ୍ୟମରେ ପରାମ୍ପରିକ କଳାକାର ମାନେ ଶ୍ରୀହରିଙ୍କ ଗୁଣଗାନ କରିଛନ୍ତି l ମହେନ୍ଦ୍ର ପର୍ବତରେ ପ୍ରସିଦ୍ଧ ଶୈବପୀଠ ରେ ଚାଲିଥିବା ମହେନ୍ଦ୍ର ମେଳା,ଯଜ୍ଞ ଏବଂ ଧାର୍ମିକ ଓ ସାଂସ୍କୃତିକ ମହୋତ୍ସବରେ ପ୍ରବଳ ଜନସମାଗମ l ଏଥିରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଘଡଘଡାପଲ୍ଲୀ ସ୍ଥିତ(ଆଇ ଆର ଇ ଛକ)ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନି ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ସଭାପତି ତଥା କଳା ରତ୍ନ ଏବଂ ଜୟଦେବ ପୁରସ୍କାର ପ୍ରାପ୍ତ ବଡ ଦାସୁଡୁ ଡ଼କ୍ଟର ଆର୍. ସତ୍ୟମ ରେଡ୍ଡୀ ଏବଂ ତାଙ୍କ କଳାକାର ( ଶିଷ୍ୟ) ମାନେ ସାମିଲ ହୋଇ ପରମ୍ପରା ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଛନ୍ତି l ପାହାଡ଼ ଶୀର୍ଷ ରେ କୋହଲା ନୃତ୍ୟ ର ତାଳେ ତାଳେ ହରହର ମହାଦେବଙ୍କ ଧ୍ୟାନ କରିବା ସହିତ ଦାସୁଡୁ ନୃତ୍ୟଗୁରୁ ଡ଼କ୍ଟର ଆର ସତ୍ୟମ୍ ରେଡ୍ଡୀଙ୍କ ନେତୃତ୍ୱ ରେ ୨୭ ଜଣ ଶିଷ୍ୟମାନେ ଭକ୍ତଗଣ ଙ୍କୁ ଚମତ୍କୃତ୍ କରିଦେଇଥିଲା । ଅଗ୍ନି ମଶାଲ ଅବା କୋହଲା ନୃତ୍ୟ ପ୍ରଦର୍ଶନରେ ଏହି ଭକ୍ତିବାଦର ଦଳ ସମୂହ ଙ୍କ ନୃତ୍ୟ, ବାଦ୍ୟ, ଝାଞ୍ଜରେ ରେ ମୁଖରୀତ ହୋଇ ଉଠିଥିଲା । ସମସ୍ତେ ଶ୍ରୀ ହରି ଙ୍କ ଭକ୍ତିଭାବାପ୍ନରେ ମଜ୍ଜି ଯାଇଥିଲେ ।


