ନନ୍ଦିପଦା ଥାନା ଆମ ସମିତି ବୈଠକ
ହାଟଡିହି, (ଓ୍ବାଇଏନଏସ) : ନନ୍ଦିପଦା ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଥାନା ଆଇଆଇସି ଧର୍ମେନ୍ଦ୍ର କୁମାର ଶାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍.ଆଇ ଗୋପାଳ ମିଶ୍ର, ବିନୀତା ଲାକ୍ରା, ଆମ ପୁଲିସ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ଜେନା, ଦୁଃଶାସନ ସାହୁ, ମୋହନ କୁମାର ବେହେରା, ବୀରେନ୍ଦ୍ର କୁମାର ବିଶ୍ଵାଳ, ପ୍ରମୋଦ ନାୟକ, ବାଳକୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କୌଣସି ସ୍ଥାନରେ ସିସି କ୍ୟାମେରା ଲାଗି ନଥିବାରୁ ବିଭିନ୍ନ ମାମଲାର ତଦନ୍ତ ବେଳେ ପୁଲିସ ସମସ୍ୟାର ସମ୍ମୁଖୀନ ହେଉଛି| ଛେନାପଦି, ହାଟଡିହି, ମରୈଗାଁ, ଶାଳଣିଆଁ ଆଦି ସ୍ଥାନରେ ସିସି କ୍ୟାମେରା ଲଗାଇବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସେହିପରି ବିଭିନ୍ନ ପୂଜାପାର୍ବଣ, ବ୍ରତ, ବିବାହ ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ଉପରେ କଟକଣା ଲଗାଇବାକୁ ଆଲୋଚନା କରାଯାଇ ଥିଲା। ସେହିପରି ଶାଳନିଆଁ ଅଞ୍ଚଳରେ ରାସ୍ତାରେ ବେଆଇନ ଭାବେ ଗାଡ଼ି ପାକିଂ କରୁଥିବାରୁ ରାସ୍ତା ସଂକୁଚିତ ହୋଇଯାଉଛି। ଏ ଦିଗରେ ପଦକ୍ଷେ କ୍ଷପ ନେବାକୁ ଆଲୋଚନା କରାଯାଇଥିଲା।


