କେନ୍ଦ୍ରାପଡା କଲେଜରେ ଗାନ୍ଧୀଙ୍କ ଅହିଂସା ନୀତି ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ଆନୁକୂଲ୍ୟରେ ବିଭାଗୀୟ ଶ୍ରେଣୀକକ୍ଷରେ ‘ଗାନ୍ଧୀଙ୍କ ଅହିଂସା ନୀତି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ମୈାସୁମୀ କାନୁନ୍‌ଗୋ ବକ୍ତା ଭାବେ ଯୋଗଦେଇ କହିଲେ ଏକ ସୁସ୍ଥ ସମାଜ ଗଠନରେ ଗାନ୍ଧୀଙ୍କ ଅହିଂସା ନୀତି ଏକ ବୃହତ ଅସ୍ତ୍ର ଭାବେ କାମ କରିଥାଏ। ଚିନ୍ତାଧାରା, ବିଚାରଧାରା ଓ କାର୍ଯ୍ୟଧାରାରେ ଅହିଂସାକୁ ପାଥେୟ କରି ବାଟ ଚାଲିଲେ ଜୀବନ ସୁଖମୟ ହେବା ସହିତ ସମାଜ ସୁଦୃଢ ହୋଇପାରିବ ବୋଲି କହିଥିଲେ। ଅହିଂସା ଓ ସତ୍ୟ ପରଷ୍ପର ପରିପୂରକ। ଏଥିସହିତ ଡ. କାନୁନଗୋ ଗାନ୍ଧିଜୀଙ୍କ ସତ୍ୟାଗ୍ରହ, ସବୋର୍ଦୟ, ସ୍ୱେଦେଶୀ ଓ ସ୍ୱଛତା ଉପରେ ଆଲୋକପାତ କରିଥିଲେ। ଗାନ୍ଧୀଙ୍କ ମତରେ ସତ୍ୟ ହେଉଛି ଅହିଂସା ଓ ଅହିଂସା ହେଉଛି ସତ୍ୟ ବୋଲି ସେ କହିଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ଅହିଂସା ନୀତି ଉପରେ ବକ୍ତବ୍ୟ ରଖିଥିଲେ। ଦର୍ଶନଶାସ୍ତ୍ର ବିଭାଗର +୩ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ସେଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ମିଶ୍ର ବିଷୟବସ୍ତୁ ଉପରେ ସଂକ୍ଷୀପ୍ତ ଟିପ୍ପଣୀ ଉପସ୍ଥାପନା କରିଥିଲେ। ଶେଷରେ ଅଧ୍ୟାପକ ଅଚ୍ୟୁତାନନ୍ଦ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ