ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ କଳସଯାତ୍ରା ଓ ଯଜ୍ଞ ଆହୂତି ଶୁଭାରମ୍ଭ ହୋଇଯାଇଛି। ଏଥିରେ ସପ୍ତାହ ବ୍ୟାପି ଅନ୍ନଯଜ୍ଞ, ସେବାଯଜ୍ଞ, ନାମଯଜ୍ଞ,ଘୃତଯଜ୍ଞ ଓ ଜ୍ଞାନଯଜ୍ଞ ପରି ପଞ୍ଚ ମହାଯଜ୍ଞ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେଉଅଛି। ଏହି ଯଜ୍ଞରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ମା’ମାନଙ୍କୁ ଆଧ୍ୟାତ୍ମିକତା ସହ ଯୋଡିବା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି ଯଜ୍ଞରେ ବହୁ ସାଧୁସନ୍ଥ, ସମ୍ମାନସ୍ପଦ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ମହାନଯଜ୍ଞରେ ସମସ୍ତେ ଉପସ୍ଥିତ ରହି ବିଭୁକୃପା ଲାଭ କରିବାକୁ ଆଶ୍ରମ ପକ୍ଷରୁ ବାବାଜୀ ନୃସିଂହନାଥ ଦାସ ନିବେଦନ କରିଛନ୍ତି।


