ନୋଡାଲ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

 ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : ଚାନ୍ଦବାଲି ବ୍ଲକ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଦ୍ରକ ଜିଲା ସ୍କାଉଟ କମିଶନର ତଥା ଧୂଷୁରୀ ମୁରଲୀଧର ଉଚ୍ଚ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ନାୟକ ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ନାୟକ, ମହେନ୍ଦ୍ର କୁମାର ପଣ୍ଡା, ସେବା ନିବୃତ୍ତ କ୍ରୀଡା ଶିକ୍ଷକ ରକ୍ଷାକର ବିଶ୍ବାଳ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିଲ୍ଲୀପ ଶେଖର ନାୟକ, ବିଦ୍ୟାଳୟ ପଞ୍ଚସଖା ଶିକ୍ଷାସେତୁ ସଭାପତି ଦୀପ୍ତି ରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମରେନ୍ଦ୍ର ବିଶ୍ବାଳ, ସାମ୍ବାଦିକ ସନ୍ତୋଷ କୁମାର ସାହୁ, ରତିକାନ୍ତ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାର୍ଷିକ ଉତ୍ସବ ବିଦ୍ୟାଳୟର ମର୍ଯ୍ୟାଦା ବୃଦ୍ଧିକରେ ଓ ଛାତ୍ରଛାତ୍ରୀ ମାନଙ୍କ ଆଶା ଆକାଂକ୍ଷାର ଉଦବେଳନ ବୋଲି ଅଭିଭାଷଣରେ କହିଥିଲେ । ଶିକ୍ଷୟିତ୍ରୀ ମିନତି ଲତା ପାକଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ରଞ୍ଜୀବ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବବର୍ଷ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଦୁଃଶାସନ ମେଧା ପୁରସ୍କାର, ହରିହର ମିଶ୍ର ମେଧା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟରେ ପୂର୍ବରୁ କାର୍ଯ୍ୟରତ ଶିକ୍ଷା କର୍ମଚାରୀ ଶରତ କୁମାର ଦାସ ଓ କାର୍ଯ୍ୟରତ ଶିକ୍ଷା କର୍ମଚାରୀ ପଞ୍ଚାନନ ନାୟକଙ୍କୁ ସମ୍ମାନ ସ୍ବରୂପ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ କ୍ରୀଡାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଶିକ୍ଷକ ଦୀପ୍ତି ରଞ୍ଜନ ଖିଲାର, ପ୍ରଜ୍ଞା ପରିମିତା ପଣ୍ଡା, ସୁକାନ୍ତି ଖୁଣ୍ଟିଆ, ପ୍ରଜ୍ଞା ଦୀପଶିଖା ଥଟ୍ଟେଇ, ମଧୁସ୍ମିତା ପତି, ସଶ୍ମିତା ମହାରଣା, ମଧୁସ୍ମିତା ପଡିହାରୀ, ବିନୋଦିନୀ ସ୍ବାଇଁ , ବିଭୁଦତ୍ତ ମିଶ୍ର, ସୁମତି ସାହୁ ପ୍ରମୁଖ ଉପସ୍ଥିତ ରହି ସହାୟତା ଯୋଗାଇ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ