ସଲାର ଟାଙ୍କି ମରାମତି କରୁନି ବ୍ଲକ ପ୍ରଶାସନ : ଜଳ କଷ୍ଟ ଭୋଗୁଛନ୍ତି ଡଙ୍ଗରିଆ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ନିୟମଗିରି ପାହାଡ଼ ଅଞ୍ଚଳରେ ନୀତି ଦିନିଆ ପାଣି ସମସ୍ୟା ସମାଧାନ ହୋଇ କରିପାରୁନି ବ୍ଲକ, ପଂଚାୟତ ଓ ଡିକେଡିଏ ସଂସ୍ଥା।ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଯୋଜନା ପରେ ଯୋଜନା କରି ସମସ୍ୟାର ସମାଧାନ କରିଥାନ୍ତି। କିନ୍ତୁ ସରକାରୀ ବାବୁ ଓ ଅଧିନସ୍ତ କର୍ମଚାରୀ ମାନେ ଏହାକୁ କାର୍ଯ୍ୟରେ ପରିଣତ କରନ୍ତିନି ବୋଲି ଏମିତି ଏହି ଅଞ୍ଚଳ ସମସ୍ୟାରେ ଘାଣ୍ଟି ହୋଇ ଚର୍ଚ୍ଚିତ।ଗତ ଆଠ ବର୍ଷ ପୂର୍ବେ ଗ୍ରାମ ବାସୀଙ୍କୁ ସୁଧ ପାଣି ଯୋଗାଇବା ପାଇଁ ସଲାର ପାଣି ଟାଙ୍କି ନିର୍ମାଣ ଲାରିଥିଲେ। ଦୁଇ ବର୍ଷ ଚାଲିବା ପରେ ନଷ୍ଟ ହୋଇ ପଡିଛି। କିନ୍ତୁ ମରାମତି କରିବା ବଦଳରେ ସେମିତି ଛାଡି ଦେଇଛନ୍ତି। ଵର୍ତମାନ ଲୋକେ ନିକଟସ୍ତ ନାଳରେ ଛୁଆ ଖୋଳି ପାଣି ପିଉ ଥିବା ବେଳେ ସଲାର ଟାଙ୍କି କେବଳ ମୋବାଇଲ ଚାର୍ଜ କରିବାରେ ବ୍ୟବହାର କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏମିତି ସରକାର ପୁଳା ପୁଳା ଟଙ୍କା ଚାଳିଶି ବର୍ଷ ହେବ ଖର୍ଚ୍ଚ କରିଚାଲିଛନ୍ତି। କିନ୍ତୁ ଆଜିଯାଏ ଭଲକରି ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏମିତି ଏକ ଗ୍ରାମ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାହାଡ଼ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତର ଦୁର୍ଗମ ପାହାଡିଆ ଗ୍ରାମ ଡ଼ଙ୍ଗାମାଠି। ଏହି ଗ୍ରାମରେ ସମସ୍ତ ପରିବାର ଡଙ୍ଗରିଆ ଜନଜାତିରେ ଅନ୍ତର୍ଭୁକ୍ତ। ଏମାନଙ୍କ ପାଇଁ ଡିକେଡିଏ, ଓପିଲିପି, ଆଇଫର୍ଡ, ଆଇଟିଡିଏ, ବ୍ଲକ, ପଞ୍ଚାୟତ ଓ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଭଳି ସରକାରୀ ଓ ବେସରକାରୀ ସଂସ୍ଥା ଦୀର୍ଘ ଚାଳିଶି ବର୍ଷ ଗ୍ରାଉଣ୍ଡ ଜୀରରୁ କାମକରିଛନ୍ତି। କିନ୍ତୁ ଦୀର୍ଘସ୍ଥାୟୀ କାର୍ଯ୍ୟ ନକରି ଅତି ନିମ୍ନମର କାର୍ଯ୍ୟ କରିଥିବାରୁ ଲୋକଙ୍କୁ ଭଲକରି ବର୍ଷା ଶୀତ ଓ ଗ୍ରୀଷ୍ମ ଋତୁରେ ପାଣି ମୁନ୍ଦାଏ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମର ଡଙ୍ଗରିଆ ମାନେ।ଏହି ଗ୍ରାମରେ ପ୍ରତି ଘରକୁ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ସୁଧ ପାଣି ଯୋଗାଇବା ପାଇଁ ଜଳ ଓ ପରିମଳ ବିଭାଗ ଗତ ସତ ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଆରମ୍ଭରୁ ଆଜିଯାଏ ଟୋପାଏ ପାଣି ପାଇନାହାନ୍ତି ଷ୍ଟାଣ୍ଡ ପୋଷ୍ଟରୁ। ଯାହା ଫଳରେ ଲୋକେ ନିକଟସ୍ତ ଝରଣା ପାଣି ପିଇ ଜୀବନ ବଞ୍ଚାଛୁ ଛନ୍ତି। ସଲାର ଓ ପାଣିଟାଙ୍କି ପାଇଁ ପ୍ରାୟ ଆଠ ଲକ୍ଷ ଟଙ୍କା କୁଆଡେ ଖର୍ଚ୍ଚ ହୋଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସଲାର ଚାଲିତ ନଳକୂପ କେଉଁ ସଂସ୍ଥା ଲଗାଇଲା କାହାକୁ ଜଣା ନାହିଁ ବୋଲି ଅଭିଯୋଗ କରିଛନ୍ତି।ବର୍ତମାନ ଶୀତ ଋତୁ ଶେଷ ହେବାକୁ ବସିଥିବା ବେଳେ ବସନ୍ତ ଋତୁ ଚାଲୁଥିବା ସମୟରେ ପାଣି ପାଇଁ କଷ୍ଟ ଅନୁଭବ କରୁଥିବା ବେଳେ ଆଗକୁ ଗ୍ରୀଷ୍ମ ଋତୁ ଆସିବା ବେଳେ ଲୋକଙ୍କ ଅବସ୍ଥା କଣ ହୋଇଥିବା ସହଜେ ଅନୁମେୟ।ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଈ ଗ୍ରାମର ଜଳ ସମସ୍ୟା ସମାଧାନ କରିବା ପାଇଁ ଦାବୀ ହୋଇଛି।


