ସୁରକ୍ଷିତ ଇଣ୍ଟରନେଟ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ଅନଲାଇନ୍ ସୁରକ୍ଷା, ଗୋପନୀୟତା ଏବଂ ସାଇବର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଦାୟିତ୍ବପୂର୍ଣ୍ଣ ଡିଜିଟାଲ ଆଚରଣକୁ ଉତ୍ସାହିତ କରିବା ପାଇଁ ସାରା ଭାରତରେ ପ୍ରତ୍ୟେକ ବର୍ଷ ଦ୍ବିତୀୟ ମଙ୍ଗଳବାର ରେ ସୁରକ୍ଷିତ ଇଂଟରନେଟ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷିରେ ସ୍ଥାନୀୟ ସରକାରୀ ଜିଲ୍ଲା ଶିଳ୍ପତାଲିମ କେନ୍ଦ୍ର ଠାରେ ଆଜି ଏନଆଇସି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ତଥା ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଶ୍ରୀ ସୁଧାକର ନାୟକ, ଡ଼ିଆଇଓ ଏନଆଇସି ଶ୍ରୀ ରାଜେନ୍ଦ୍ର ପ୍ରସାଦ ହେମ୍ବ୍ରମ, ସରକାରୀ ଜିଲ୍ଲା ଶିଳ୍ପତାଲିମ କେନ୍ଦ୍ରର ପ୍ରିନ୍ସିପାଲ ମହେନ୍ଦ୍ର କୁମାର ବେହେରା, ଏଚ.ଆର.ଏମ.ଏସ. ର କୋଡ଼ିନେଟର ଅପୂର୍ବ ରାୟ, ପ୍ରଭାସ କୁମାର ମହାନ୍ତି ଏନଆଇସି ଇଞ୍ଜିନିୟର, ଶଶିଶେଖର ପଣ୍ଡା ଏନଆଇସି ଇଞ୍ଜିନିୟର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ମାତ୍ରାଧିକ ଯନ୍ତ୍ରପାତି ବ୍ୟବ ହାର ନକିର ଆବଶ୍ୟକତା ଅନୁଯାୟୀ ଯଜ୍‌ର ସହ ଇଂଟରନେଟ, ମୋବାଇଲ, କମ୍ପୁଟର ଆଦିକୁ ବ୍ୟବହାର କରିବା ପାଇଁ ମଞ୍ଚାସୀନ ଅତିଥିମାନେ ପରାମର୍ଶ ଦେଇଥିଲେ । ଏଥୁ ସହିତ ମୋବାଇଲ, ସୋସିଆଲ ମିଡ଼ିଆ, ଅନଲାଇନ ସପିଂ, ଡିଜିଟାଲ ଠକାମୀ ଭଳି ଗୁରୁତ୍ବପୂର୍ଣ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଡ଼ିଆଇଓ ଏନଆଇସି ଶ୍ରୀ ରାଜେନ୍ଦ୍ର ପ୍ରସାଦ ହେମ୍ବ୍ରମ ଉକ୍ତ କାର୍ଯ୍ୟକ୍ରମରେ ସୁରକ୍ଷିତ ଇଂଟରନେଟର ବ୍ୟବହାର, ବିଭିନ୍ନ ଅନଲାଇନ ଠକାମୀ, ସାଇବର ଠକାମୀର ହେଲ୍ସ ଲାଇନ ଆଦି ବିଷୟରେ ପିପିଟି ମାଧ୍ୟମରେ ପ୍ରଦର୍ଶିତ କରି ସରକାରୀ ଡାଟାବେସରେ ସୁରକ୍ଷିତ ପରିଚାଳନା, ନାଗରିକ ସୂଚନାର ସୁରକ୍ଷା, ଇମେଲ ସୁରକ୍ଷା ପ୍ରୋଟୋକଲ ଏବଂ ଅନଧିକୃତ ଡ଼ାଟା ପ୍ରବେଶକୁ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ପ୍ରଶାସନିକ ତଥା ଦୈନଦିନ ଯୋଗାଯୋଗରେ ଗୋପନୀୟତା ରକ୍ଷା ଉପରେ ଗୁରୁତ୍ୱାରୋପ କରି ସୁରକ୍ଷା ବ୍ୟବସ୍ଥା ଉପରେ ଏକ ସ୍ବତନ୍ତ୍ର ଅଳ୍ପେଶନ ଅନୁଷ୍ଠିତ ହୋଇଥିଲା । ଅଧୁକାରୀମାନଙ୍କୁ ସାମ୍ଭାବ୍ୟ ସୁରକ୍ଷା ଉଲ୍ଲଘଂନ ଚିହ୍ନଟ କରିବ ଏବଂ ରିପୋଟିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁସରଣ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥୁଲା I ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ