ମୁନିଗୁଡା ଅଞ୍ଚଳରେ ବାଘ ଆତଙ୍କ

ମୁନିଗୁଡା,୧୨/୨ (ନନ୍ଦ କିଶୋର ପଟ୍ଟନାୟକ); ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି,ସୂଚନା ଅନୁଯାଇ ବୁଧୁବାର ରାତ୍ରରେ ଡ଼ିମିରିଗୁଡା ନିକଟରେ ଗୋଟିଏ ବାଛୁରୀକୁ ମାରି ଖାଇଥିବା ବେଳେ ଘଟଣା ସ୍ଥଳରେ ପାଦ ଚି଼ହ୍ନ ଠାବ ହୋଇଛି। ଗ୍ରାମବାସୀ ମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ ଖବର ପାଇ ମୁନିଗୁଡା ରେଞ୍ଜର ପ୍ରବୀଣ ଦାସ ଓ ଫୋରେଷ୍ଟର ପ୍ରମୋଦିନୀ ମଣ୍ଡାଙ୍ଗୀଙ୍କ ସମେତ ଅନ୍ୟ ବନବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ପାଦ ଚି଼ହ୍ନଟି ବାଘର ହୋଇଥିବା ସନ୍ଦେହ କରିଛନ୍ତି। ତେବେ ସ୍ପଷ୍ଟ ହେବା ପାଇଁ ଘଟଣା ସ୍ଥଳରେ ଟ୍ରାପ କେମେରା ଖଞ୍ଜା ଯାଇଥିବା ନେଇ ରେଞ୍ଜର ପ୍ରବୀଣ ସୂଚନା ଦେଇଛନ୍ତି। ଘଟଣା ପରେ ସେହି ଅଞ୍ଚଳରେ ବସବାସ କରୁଥିବା ଲୋକେ ଭୟବିତରେ ଥବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ