କେନ୍ଦ୍ରାପଡା ମହାବିଦ୍ୟାଳୟର ୬୮ତମ ସ୍ୱନକ୍ଷତ୍ର ଦିବସ: ପଦ୍ମଶ୍ରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପାଇଲେ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ରାଜ୍ୟର ସର୍ବବୃହତ ତଥା ସର୍ବପୁରାତନ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ କଲେଜ ପ୍ରେକ୍ଷାଳୟରେ ପରିଚାଳନା ପରିଷଦ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ମର୍ଯ୍ୟାଦାଜନକ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ଆମ ରାଜ୍ୟର ଓଡିଆ ଭାଷାତତ୍ତ୍ୱବିତ, ଗବେଷକ ତଥା ସାହିତ୍ୟିକ ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମାନପତ୍ର, ଅର୍ଥରାଶି ଓ ଉପାୟନ ପ୍ରଦାନ ପୂର୍ବକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟ କ୍ୟାମ୍ପସ ବୁଲେଟିନ ‘କମୁନିକ୍‌’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଶିକ୍ଷାନୁରାଗୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟକ୍ରିଷ୍ଣ ବରାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାରେ ନିଜର ବୈାଦ୍ଧିକ ଉତ୍କର୍ଷ ପାଇଁ ଆହ୍ୱାନ ଜଣାଇଥିଲେ। ସମ୍ମାନିତ ପ୍ରତିଭା ଡକ୍ଟର ମିଶ୍ର ସମ୍ବର୍ଦ୍ଧନାର ଉତ୍ତରରେ ନିଜର ଭାଷା ସାହିତ୍ୟ ପ୍ରତି ନିଜର ଅଙ୍ଗୀକାର ବଦ୍ଧତା ପ୍ରକାଶ କରିବା ସହ ଏଥିନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଗତ ପରୀକ୍ଷା ଓ ବିଗତ ବର୍ଷରେ ବିଭିନ୍ନ ବିଷୟ ଏବଂ କ୍ଷେତ୍ରରେ ଶ୍ରେଷ୍ଠତା ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଗତ ଏକବର୍ଷ ମଧ୍ୟରେ ବୃତ୍ତିରୁ ଅବସର ନେଇଥିବା ଅଧ୍ୟକ୍ଷ, ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ସଭାପତିତ୍ୱ କରୁଥିବା କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ପୂର୍ବାଶା ପ୍ରିୟଦର୍ଶିନୀ ଓ କ୍ୟାପଟେନ ସୀମା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରଞ୍ଜିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଡ. ସଞ୍ଜୀବ କୁମାର ମହାନ୍ତି, ରାଜେନ୍ଦ୍ର ତ୍ରିପାଠୀ, ଗୋପାଳ ବେହେରା, ପୁରାତନ ଛାତ୍ର ସଂସଦ ସଭାପତି ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଉପସଭାପତି ଡ. ପ୍ରଦୀପ୍ତ କିଶୋର ଦାଶ, ସମ୍ପାଦକ ଡ. ପ୍ରମୋଦ ଦାସ, ଚିତ୍ତରଞ୍ଜନ ଦାସ, ସାହିତ୍ୟିକ ଡ. ବାସୁଦେବ ଦାସ, ଅଧ୍ୟାପକ ତପନ କୁମାର ପତି, ଡ. ଗିରୀଶ ଚନ୍ଦ୍ର ପାତ୍ର, ଡ. ପ୍ରଭାକର ମଲ୍ଲିକ, କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ରମାନାଥ ମହାନ୍ତି, ଶ୍ରୀଧର ସାମଲ, ବୀରେନ ରାଉତ, ଅଜୟ ସାମଲଙ୍କ ସମେତ କଲେଜ ଅଧ୍ୟାପକ ଡ. ଦେବକାନ୍ତ ଷଡଙ୍ଗୀ, ଡ. ଦିପ୍ତୀ ରାୟ, ସତ୍ୟରଞ୍ଜନ ମିଶ୍ର, ରାକେଶ କୁମାର ପ୍ରଧାନ, ହିମାଂଶୁ ଶେଖର ମହାପାତ୍ର, ସୁବ୍ରତ କୁମାର ପାତ୍ର,ଡ. ଗୈାରପ୍ରସାଦ ଷଡଙ୍ଗୀ, ୱାଇ. ପଦ୍ମାବତୀ, ଡ. ପୈାର୍ଣ୍ଣମାସୀ ପଣ୍ଡା, ଅଚ୍ୟୁତାନନ୍ଦ ମହାରଣା, ବିକାଶ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ