ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଚତୁର୍ଥ ଉତ୍କଳ କୃଷି ମେଳା ଉଦଯାପିତ

 ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ପାରଳାଖେମୁଣ୍ଡି କ୍ୟାମ୍ପସରେ ଚାଲିଥିବା ଚତୁର୍ଥ ଉତ୍କଳ କୃଷି ମେଳା ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ଅନିତା ପାତ୍ର, କୃଷି ଓ ଆନୁଷଙ୍ଗିକ ବିଦ୍ୟାଳୟ ଏମ୍.ଏସ୍. ସ୍ବାମୀନାଥନ୍ ସ୍କୁଲ୍ପ ଅଫ୍ ଏଗ୍ରିକଲଚର ଡିନ୍ ପ୍ରଫେସର ସାଗର ମୈତ୍ର, ପ୍ରାଣୀଚିକିତ୍ସା ଓ ପ୍ରାଣୀ ବିଜ୍ଞାନ ବିଦ୍ୟାଳୟର (ଡିନ୍) ପ୍ରଫେସର ଆର.କେ. ସ୍ବାଇଁ, ଡିନ୍-ଏକ୍ସଟେନ୍ସନ୍ ପ୍ରଫେସର ଗିରୀଶ କୁମାର କୁମାର ମହାନ୍ତି, ଛାତ୍ର-କଲ୍ୟାଣ ଡିନ୍ ଡ. ରିତେଶ କୁମାର, ସହଯୋଗୀ ଡିନ୍ ମତ୍ସ୍ୟ ବିଦ୍ୟାଳୟ ଡ. ସମ୍ବିତ ସ୍ବାଇଁ, କୃଷି ଏବଂ ବାୟୋ-ଇଞ୍ଜିନିୟରିଂର ସହଯୋଗୀ ଡିନ୍ ଡ. ଡି.ଟି. ସନ୍ତୋଷ, ସ୍କୁଲ ଅଫ୍ ନସିଂର ଉପାଧ୍ୟକ୍ଷା ଡ. ଏସ୍. ଏନ୍. ସନ୍ଧ୍ୟା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ | କୃଷି ଓ ଆନୁଷଙ୍ଗିକ ବିଦ୍ୟାଳୟ ଡିନ୍ (ପ୍ରଶାସନ) ପ୍ରଫେସର ଏସ୍. ପି. ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ