ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ତ୍ରିମୂର୍ତ୍ତୀ ଶିବଜୟନ୍ତୀ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ୯୦ତମ ତ୍ରିମୂର୍ତ୍ତୀ ଶିବଜୟନ୍ତୀ ଉତ୍ସବ ଆସିକା ଶାନ୍ତିଶକ୍ତି ଭବନର ସଞ୍ଚାଳିକ ବ୍ରହ୍ମାକୁମାରୀ ରାଜଯୋଗିନୀ ପ୍ରଭାତୀ ଭଉଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଥାନା ଅଧିକାରୀ କୁଳମଣି ସେଠୀ ଯୋଗ ଦେଇ ପରମାତ୍ମା ଶିବଙ୍କ ଧରାପୃଷ୍ଠରେ ଅବତରଣର ଆଧ୍ୟାତ୍ମିକ ରହସ୍ୟ ଉପରେ ଗୁରୁତ୍ୱାରୋପ କରି ସଂସାରର ସମସ୍ତ ଲୋଭ ଓ ମାୟାକୁ ପରିତ୍ୟାଗ ପୂର୍ବକ ନିଜର ଜୀବନକୁ ମାନବ ସେବାରେ ଉତ୍ସର୍ଗୀକୃତ କରୁଥିବା ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ମାନଙ୍କ ବହୁବିଧ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ । ଆସିକା ବ୍ରହ୍ମାକୁମାରୀ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତି ଶକ୍ତି ଭବନ ପକ୍ଷରୁ ୯୦ତମ ତ୍ରିମୂର୍ତ୍ତୀ ଶିବଜୟନ୍ତୀ କାର୍ଯ୍ୟକ୍ରମ ପାଳନ ଅବସରରେ ଶାନ୍ତିଶକ୍ତି ଭବନ ପରିସରରେ ଶିବଧ୍ୱଜା ଉତ୍ତୋଳନ କରାଯିବା ସହ ଶବ ଅବତରଣର ଆଧ୍ୟାତ୍ମିକ ରହସ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସାଙ୍ଗକୁ ଯୋଗ ତପସ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପରିସରରେ ୯୦ ତମ ତ୍ରିମୂର୍ତ୍ତି ଶିବଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଶତାଧୀକ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ଭାଇଭଉଣୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ପଞ୍ଚାୟତ୍ରୀ, କାଳୁ, ନିରଞ୍ଜନ, ବିଶିକେଶନ, ସୁନିଲ୍‍, ବୁଲୁ, ବଳରାମ, ଚରଣ, ଯୋଗୀ, ରୋହିତ, ସଚ୍ଚିନ୍‍, ନିରଞ୍ଜନ, ରାଧାଶ୍ୟାମ, ମଙ୍ଗୁଳୁ, କାହ୍ନୁ, ନାଗେଶ୍ୱର, ମନୋଜ, ରାମପ୍ରସାଦ, ଲଡୁକିଶୋର, ସରୋଜ, ବ୍ରହ୍ମାକୁମାରୀ ଭାଗ୍ୟଲତା, ନିଳିମା, ଜ୍ୟୋତି, ସୁଜ୍ଞାନୀ, ଆସିନା, ଝରଣା, ମମତା, ନିଶା, ଧରଣୀ, ନର୍ମଦା, କସ୍ତୁରୀ, ନିଶି, ନିରୁ, ଅନୁଙ୍କ ସମେତ ସମସ୍ତ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ମୁଖ୍ୟାଳୟ ରାଜସ୍ଥାନ ମାଉଣ୍ଟଆବୁ ସ୍ଥିତ ପାଣ୍ଡବ ଭବନ ଓ ବ୍ରହ୍ମପୁର ଗିରିରୋଡ ଶାନ୍ତିକୁଣ୍ଡ ସ୍ଥିତ ଆଞ୍ଚଳିକ ସେବାକେନ୍ଦ୍ରର ପରାମର୍ଶକ୍ରମେ ୯୦ତମ ତ୍ରିମୂର୍ତ୍ତି ଶିବଜୟନ୍ତୀ ଉପଲକ୍ଷେ ଆସିକା ଶାନ୍ତିଶକ୍ତି ଭବନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ