ଶିକ୍ଷାବିତ ଅମ୍ରିନ ସାହଦତ୍ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରତିବର୍ଷ ପୂର୍ବତନ ବିଧାୟକ ସ୍ୱର୍ଗତ ଇନ୍ଦ୍ରମଣୀ ରାଉତଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଜଣେ ଶିକ୍ଷାବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ। ଚଳିତ ବର୍ଷ ସ୍ୱର୍ଗତ ରାଉତଙ୍କ ଶ୍ରାଦ୍ଧବାର୍ଷିକରେ ସମ୍ବର୍ଦ୍ଧିତ ପ୍ରତିଭା କୈାଣସି କାରଣରୁ ଅନୁପସ୍ଥିତ ଥିଲେ। ତେଣୁ ସଂସଦ ପକ୍ଷରୁ ସୋମବାର ତାଙ୍କ ଶିକ୍ଷାନୁଷ୍ଠାନରେ ପହଞ୍ଚି ଶିକ୍ଷାବିତ ଅମ୍ରିନ ସାହାଦତ୍ଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଇନ୍ଦ୍ରମଣୀ ରାଉତ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସମ୍ପାଦକ ସୁଶିଲ ସାମଲ, ଶିକ୍ଷାବିତ ଡ. ଚୈତନ୍ୟ ଚରଣ ପରିଡା, ସଂଯୋଜକ ଗୋଲଖ ପଢିଆରୀ, ମୁକ୍ତାର ଖାଁ ପ୍ରମୁଖ ଯୋଗଦେଇ ଅମ୍ରିନ ସାହଦତ୍ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।


