ବଟେଶ୍ୱର ମହାଦେବଙ୍କ ପୀଠରେ ଜାଗର ଯାତ୍ରା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର କଚେରୀଡିହସ୍ଥିତ ବଟେଶ୍ୱର ମହାଦେବଙ୍କ ପୀଠରେ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତ ୪ଟାରେ ମହାସ୍ନାନ କାରାଯିବା ପରେ ପ୍ରାତ ୫ଟାରେ ମଙ୍ଗଳ ଆରତୀ କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଦିନସାରା ବଟେଶ୍ୱରଙ୍କ ମନ୍ଦିରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିରହିଥିଲା। ସନ୍ଧ୍ୟାରେ ବଟେଶ୍ୱରଙ୍କ ମହାଅଭିଷେକ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଯୁବକ, ଯୁବତୀ, ମହିଳା ଓ ପୁରୁଷମାନେ ମନ୍ଦିର ପରିସରରେ ଦିନସାରା ଉପବାସ ବ୍ରତ ପାଳନ କରି ମହାଦୀପ ଉଠିବା ପର୍ଯନ୍ତ ଦୀପ ଜାଳି ବସିରହିଥିଲେ । ରାତ୍ର ଗୋଟାଏ ସମୟରେ ମହାଦୀପ ଉଠିଥିଲା। ଏହାପରେ ବଟେଶ୍ୱରଙ୍କ ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମନ୍ଦିର ପରିସରରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୂଜକ କାର୍ତ୍ତିକ ଚନ୍ଦ୍ର ରାଉଳ, ରମେଶ ଚନ୍ଦ୍ର ରାଉଳ ଓ ଦୋଳଗୋବିନ୍ଦ ରାଉଳ ପ୍ରମୁଖ ବଟେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ଅଧିକାରୀ ରସାନନ୍ଦ ଦାଶ ଅଷ୍ଟମପ୍ରହର ନାମଯଜ୍ଞରେ ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏସମସ୍ତ କାର୍ଯ୍ୟକୁ ବଟେଶ୍ୱର ମନ୍ଦିର କମିଟିର ପ୍ରବୋଧ କୁମାର ଦାସ, ଅଲେଖ ପ୍ରସାଦ ଦାସ, ଯୁଗଳ କିଶୋର ଦାସ, ପ୍ରଦୀପ୍ତ କୁମାର ମହାନ୍ତି, ସାଧୁ ଚରଣ ବିଶ୍ୱାଳ, ସୁଶାନ୍ତ କୁମାର ବାରିକ, ସୁଦର୍ଶନ ଦଳାଇ ଓ ପରମାନନ୍ଦ ଦଳାଇ ପ୍ରମୁଖ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିଥିଲେ ।


