ହାଟଡିହି ବ୍ଲକରେ ୧୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୨୩୮୯ ପରୀକ୍ଷାର୍ଥି, ଅନୁପସ୍ଥିତ ରହିଲେ ୧୩୦
ହାଟଡିହି (ଓ୍ବାଇଏନଏସ): ଛାତ୍ର ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କୁହାଯାଉଥିବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ମାଟ୍ରିକ, ମଧ୍ୟମା ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଚାଲିବ । ହାଟଡିହି ବ୍ଲକରେ ମୋଟ ୧୪ଟି ପରୀକ୍ଷା କେନ୍ଦ୍ରରେ ୨୫୧୯ ପରୀକ୍ଷାର୍ଥି ପରୀକ୍ଷା ଦେବାପାଇଁ ନାମ ପଞ୍ଜିକୃତ କରିଥିବା ବେଳେ ୧୩୦ଜଣ ଅନୁପସ୍ଥିତ ରହିଥିବା ବେଳେ ୨୩୮୯ ଜଣ ପରୀକ୍ଷ ଦେଇଛନ୍ତି। ହାଟଡିହି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୯୪ଜଣ ପରୀକ୍ଷା ଦେବାକୁ ଥିବାବେଳେ ୨୮୨ ଜଣ ପରୀକ୍ଷା ଦେଇଛନ୍ତି। ୧୨ ଜଣ ଅନୁପସ୍ଥିତ ରହିଛନ୍ତି। ସେହିପରି ମୁଗୁପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୨୩ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୧୬ ଜଣ ପରୀକ୍ଷାଦେଇଥିବା ବେଳେ ୭ ଜଣ ଅନୁପସ୍ଥିତ ରହିଛନ୍ତି । ସେହିପରି ବଡ଼ରମ୍ପାସର ଜପିଦାସ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୫୯ରୁ ୧୫୬ ଜଣ , ଆର. ବି. ହାଇସ୍କୁଲ ଷଡ଼ଙ୍ଗରେ ୧୯୭ଜଣଙ୍କ ମଧ୍ୟରୁ ୧୯୨ ଜଣ, ଟି ଏମ ଏକାଡ଼େମୀ ଡଅଁରରେ ୨୪୭ଜଣଙ୍କ ମଧ୍ୟରୁ ୨୧୬ ଜଣ , କପିଳେଶ୍ୱର ହାଇସ୍କୁଲ କଳିଗାଁରେ ୧୭୫ଜଣଙ୍କ ମଧ୍ୟରୁ ୧୫୯ ଜଣ , ପଞ୍ଚାୟତ ହାଇସ୍କୁଲ ମରୈଗାଁରେ ୧୨୦ ଜଣଙ୍କ ମଧ୍ୟରୁ ୧୧୮ ଜଣ , ବରାହୀ ହାଇସ୍କୁଲ ବଞ୍ଚୋରେ ୧୮୯ଜଣଙ୍କ ମଧ୍ୟରୁ ୧୮୮ଜଣ , ଢ଼େଙ୍କା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୯୪ଜଣଙ୍କ ମଧ୍ୟରୁ ୧୮୮ଜଣ, ବାଲିବରେଇ ହାଇସ୍କୁଲରେ ୨୩୫ଜଣଙ୍କ ମଧ୍ୟରୁ ୨୨୮ଜଣ, ବିପି ହାଇସ୍କୁଲ ବାଙ୍ଗୋରରେ ୧୯୬ଜଣଙ୍କ ମଧ୍ୟ ରୁ ୧୭୧ ଜଣ, ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରରେ ୧୩୩ ଜଣଙ୍କ ମଧ୍ୟରୁ ୧୨୬ ଜଣ, ମୁକୁନ୍ଦ ଚରଣ ବିଦ୍ୟାପୀଠ ନନ୍ଦିପଦା ହାଟରେ ୨୦୪ଜଣଙ୍କ ମଧ୍ୟରୁ ୧୯୮ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଓରାଳି ପରୀକ୍ଷା କେନ୍ଦ୍ରରେ ୫୩ଜଣ ମଧ୍ୟମା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୧ଜଣ ପରୀକ୍ଷା ଦେଇଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଲେନି ତାକୁ ନେଇ ନାନା ପ୍ରଶ୍ନ ଉଠିଛି। ଡଅଁର ପରୀକ୍ଷା କେନ୍ଦ୍ରରେ ସର୍ବାଧିଜ ୩୧ ଜଣ ପରୀକ୍ଷା ଦେଇ ନଥିବା ବେଳେ ବାଙ୍ଗୋର ପରୀକ୍ଷା କେନ୍ଦ୍ରରେ ୨୫ ଜଣ , କଳିଗାଁ କେନ୍ଦ୍ରରେ ୧୬ ଜଣ ହାଟଡିହି କେନ୍ଦ୍ରରେ ୧୨ ଜଣ ଅନୁପସ୍ଥିତ ରହିବା ପ୍ରଶ୍ଚବାଚୀ ସୃଷ୍ଟି କରିଛି। ଫର୍ମ ପୂରଣ କରି ପରୀକ୍ଷା ପାଇଁ ନାମ ପଞ୍ଜିକୃତ କରିଥିବା ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଗଲେ କୁଆଡେ ତାର ସମୀକ୍ଷା କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଆଜିର ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିପରି ଜିଲ୍ଲା ସ୍ତରୀୟ ଏକ ସ୍କ୍ବାର୍ଡ ବିଭିନ୍ନ ପରୀକ୍ଷା କେନ୍ଦ୍ର ତଦାରଖ କରିଥିଲେ। ଶାନ୍ତି ଶୃଙ୍ଖଳା ରାକ୍ଷାପାଇଁ ନନ୍ଦିପଦା, ସୋସୋ, ଆନନ୍ଦପୁର ଥାନା ପୋଲିସ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ବଞ୍ଚୋ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦିଆଯାଇ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଥିଲା।


