ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ପଦଯାତ୍ରା।

ମୁନିଗୁଡ଼ା,୨୫/୨ (ନନ୍ଦ କିଶୋର ପଟ୍ଟନାୟକ ) : ରାୟଗଡ଼ା ଜିଲ୍ଲା ବନଖଣ୍ଡର ମୁନିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଦହିଖାଲ ସାପ୍ତାହିକ ହାଟ ପରିସରରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ପ୍ରତିକାର ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ସୈଜନ୍ୟ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବନପାଳ ସୁଶ୍ରୀ ପ୍ରମୋଦିନି ମାଣ୍ଡାଙ୍ଗିଙ୍କ ପୌରାହିତ୍ୟ କରିଥିବା ବେଳେ ନାଏବ ସରପଞ୍ଚ ମୁକ୍ତା ସିକକା,ପରିବେଶପ୍ରେମି ଗୌରାଙ୍ଗ ଚରଣ ରାଉତ ,ବରିଷ୍ଠ ବନରକ୍ଷୀ ଉପେନ୍ଦ୍ର ମାଳି, ରୋନିତ ମହାରଣା, ଅହଲ୍ୟା ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସମବେତ ଗ୍ରାମିଣ ମହିଳା,ପୁରୁଷ,ଗଜସାଥି ଓ ନିଆଁଲିଭା ଦଳ ପ୍ରତିନିଧି ମାନଙ୍କୁ ଜଙ୍ଗଲ ନିଆଁ ର ଭୟଙ୍କର ପରିଣାମ ବିଷୟରେ ଆଲୋକପାତ କରିବା ସହ ଏପରି ଅପରାଧ ରୁ ନିବୃତ ରହିବାକୁ ଅନ୍ୟ ମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ପରାମର୍ଶ ଦେଇଥିଲେ। ଜଙ୍ଗଲରେ ନିଆଁ ଲଗାଇବା ଓ ବନ୍ୟଜନ୍ତୁ ଙ୍କୁ ଶିକାର କରିବା ଧର୍ତ୍ତବ୍ୟ ଅପରାଧ ଏଥିପାଇଁ ଉଭୟ ଜେଲଦଣ୍ଡ ଓ ଜୋରିମାନା ସଂପର୍କରେ ଅତିଥି ମାନେ ସମସ୍ତଙ୍କୁ ସତର୍କତା କରାଇଥିଲେ। ସହଭାଗୀ ସଂଗଠନ ପ୍ରତିନିଧି ସୁନିଲ କୁମାର ବାରିକ୍, ବନରକ୍ଷୀ ସୁବାସିନି ମୂଳି, ସୁଦର୍ଶନ ବିଶ୍ଵାଳ, ସୁରେନ୍ଦ୍ରି ଓରାମ,ସଭା ଓ ଶୋଭାଯାତ୍ରା କୁ‌ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ମୁନିଗୁଡା ବ୍ଲକ ମୁନିଖୋଲ ଗ୍ରାମ ଠାରେ ମଧ୍ୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା, ଅତିଥିଭାବେ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ ମଲିକ, ସରପଞ୍ଚ ପାଇକ ଯାକକା, ପିଇଓ ଦିନେଶ ଶବର ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଜନ ସାଧାରଣଙ୍କୁ ଜଙ୍ଗଲ ନିଆଁ ର ଭୟଙ୍କର ପରିଣାମ ବିଷୟରେ ଆଲୋକପାତ କରିବା ସହ ଏପରି ଅପରାଧ ରୁ ନିବୃତ ରହିବାକୁ ଅନ୍ୟ ମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ପରାମର୍ଶ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ