ବିଜେପି ପକ୍ଷରୁ ପଣ୍ତିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଜିଲ୍ଲା ଯୋଜନା ବୈଠକ

ବାଲେଶ୍ବର(ସରୋଜ ପଣ୍ଡା): ଆଜି ସ୍ଥାନୀୟ ଖାନନଗର ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟର ବୈଠକ ଗୃହରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଜିଲ୍ଲା ଯୋଜନା ବୈଠକ ଅନୁଷ୍ଠିତ ହୋଇ ଯାଇଛି, ପୂର୍ବାହ୍ନ ୧୧ ଘଟିକାରେ ଏହି ବୈଠକର ପ୍ରଥମ ସତ୍ର ଆରମ୍ଭ ହୋଇ ଥିଲା ,ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା କର୍ମଶାଳା ପର୍ଯ୍ୟବେକ୍ଷକ ବିରଞ୍ଚି ନାରାୟଣ ତ୍ରୀପାଠୀ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦାନ କରିଥଲେ ମୋଟ ୪ଗୋଟି ସତ୍ରରେ କାର୍ଯ୍ୟକ୍ରମ ହୋଇଥିଲା, କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ଆହ୍ଵାନ କରିଥିଲେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ, ରାଷ୍ଟ୍ରୀୟ ବନ୍ଦନା ବନ୍ଦେ ମାତରଂ ସାମୁହିକ ଗାନ କରାଯାଇ ଥିଲା, ଆଗାମୀ ଦିନରେ ହେବାକୁ ଥିବା ବୁଥ୍ ସ୍ତରୀୟ ଉତ୍ତରଦାୟୀ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପ୍ରଶିକ୍ଷଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା, ଦଳୀୟ ବିକାଶ , ସାମାଜିକ ଗଣମାଧ୍ୟମରେ ସଦୂପଯୋଗ, ସରକାରୀ ଯୋଜନା କ୍ରିୟାନୟନ, ରୂପାୟନ, ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ଜନତାଙ୍କ ପାଖରେ ବିକାଶକୁ ପହଞ୍ଚାଇବା ଇତ୍ୟାଦି ବିଷୟବସ୍ତୁ ଉପରେ ନେତୃବୃନ୍ଦ ଆଲୋଚନା କରିଥଲେ, କାର୍ଯ୍ୟକ୍ରମ ପରିଶେଷରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇ ଥିଲା , ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସଦର ବିଧାୟକ ମାନସ କୁମାର ଦତ୍ତ, ବଡ଼ସାହି ବିଧାୟକ ସନାତନ ବିଜୁଳି,ରଜ୍ୟ ଉପସଭାପତି ସିପ୍ରା ବାଜପେୟୀ, କାର୍ଯ୍ଯ କାରିଣୀ ସଦସ୍ୟ ପର୍ଶୁରାମ ବେହେରା , ଶୁଭଂକର ମହାପାତ୍ର, ବରିଷ୍ଠ ନେତ୍ରୀ ସୁଷମା ରାଣୀ ବିଶ୍ଵାଳ, ଜିଲ୍ଲା ଉପ ସଭାପତି ଗୌରାଙ୍ଗ ଚରଣ ଦାସ, ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ ପ୍ରମୁଖ ମଞ୍ଚାଷୀନ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲା ଉପ ସଭାପତି ସୁକୁମାର ଦାସ, ସିପ୍ରାରେଖା ମହାପାତ୍ର, ବିଜୟ ସାହୁ, ଅଜୟ ପଣ୍ଡା , କରୁଣାକର ପଣ୍ଡା, ଭାରତୀ ମଲ୍ଲିକ, ସୁସ୍ମିତା ଚାନ୍ଦ୍, ରାଜ୍ୟ ପେନାଲିଷ୍ଟ ବିଭୁ ପଦ ଦାସ, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହ ସଂଯୋଜକ ରଣଜିତ୍ କୁମାର ପୃଷ୍ଟି, ଲୋକନାଥ ପରିଡ଼ା, ସଂପାଦକ ଚିତ୍ତ ରଞ୍ଜନ ପଣ୍ଡା, ନିରାକାର ପଣ୍ଡା, ରାଜେଶ ମୋହାପାତ୍ର, ରବୀତା ଦାସ, ରୋଜାଲିନ ପାଣି, ବଳରାମ ବିଶ୍ଵାଳ, ସୁଭଦ୍ରା ପାଢ଼ୀ , ଉଷାରାଣୀ ରାଉଳ, କୋଷାଧ୍ୟକ୍ଷ ମୋହିତ ପୋଦାର ,ଇଂ ରାଜେଶ୍ ମହାକୁଡ଼, ନାରାୟଣ ମହନ୍ତ, ତାପସ ମୋହାନ୍ତି,ସୁସ୍ମିତା ପଣ୍ଡା, ଶେଖ୍ ଅତ୍ତିଉଲ୍ଲା , ସାକମ୍ବରୀ ସିଂ ଙ୍କ ସମେତ ସାଂଗଠନିକ ବାଲେଶ୍ଵର ଜିଲ୍ଲାର ୩୩ଟି ମଣ୍ଡଳ ର ସଭାପତି, ଓ ପ୍ରମୁଖ ନେତୃବୃନ୍ଦ ଯୋଗଦାନ କରିଥିଲେ ଶେଷ ରେ ସାଧାରଣ ସମ୍ପାଦକ ଡଃ ଅଣୁ ମାଧବ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ