କଳାହାଣ୍ଡିରେ ଅନ୍ତୋଦୟ ଗୃହ ଯୋଜନା ବାଟବଣା

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାର୍ଚ୍ଚ ୩୦ରେ କଳାହାଣ୍ଡି ଜିଲା ଭବାନୀପାଟଣାରୁ ‘ଅର୍ଯ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିଥିଲେ। ରାଜ୍ୟ ସରକାର ଏହି ଯୋଜନାରେ ସମସ୍ତ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ସେମାନଙ୍କ ବାସଗୃହ ସମସ୍ୟାର ସମାଧାନ ଲକ୍ଷ୍ୟ ରଖିଥିଲେ। ବିଶେଷ କରି ଏହି ଯୋଜନାରେ ଭିନ୍ନ‌କ୍ଷମ, ବିଧବା, ଅନାଥ, ଅସହାୟ, ଦୂରାରୋଗରେ ପୀଡ଼ିତ ଥିବା ବ୍ୟକ୍ତି, ଶହୀଦ ପରିବାର, ବନ୍ୟା, ବାତ୍ୟା
ପ୍ରପୀଡିତ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ତେବେ କଳାହାଣ୍ଡି ଜିଲାରେ ବାସ୍ତବ ଚିତ୍ରକୁ ଦେଖୁଲେ ଏହି ଯୋଜନା ଏକପ୍ରକାର ବାଟବଣା ହୋଇଥିବା ମନେହୁଏ। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲାର ଯେତିକି ଜଣକୁ କାର୍ଯ୍ୟାଦେଶ ଦିଆଗଲାଣି ତାହାର ୭୦ ଭାଗ ହିତାକାରୀ ଗୃହ ସମ୍ପୂର୍ଣ୍ଣ କରିନାହାନ୍ତି। ପ୍ରକାଶ ଯେ, କଳାହାଣ୍ଡି ଜିଲାରେ ୨୦୨୪-୨୫ ଆର୍ଥିକବର୍ଷରେ ୩୬୧୧ ହିତାକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା, ୪ ମାସ ମଧ୍ୟରେ ଗୃହ ସମ୍ପୂର୍ଣ୍ଣ କରିଥିବା ଦିବ୍ୟାଙ୍ଗ ଦିଗମ୍ବର ଠେଲା, ସେଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୪୩୭ ଜଣ ହିତାଧିକାରୀ ଗୃହ ସମ୍ପୂର୍ଣ୍ଣ କରିଥିବାବେଳେ ଅବଶିଷ୍ଟ ୨୧୭୪ ହିତାଧିକାରୀଙ୍କ ଗୃହ ଅଧାପନ୍ତରିଆ ଅବସ୍ଥାରେ ରହିଛି। ସେହିପରି ୨୦୨୫-୨୬ ଆର୍ଥକବର୍ଷରେ ୩୧୬୬ ହିତାଧୁକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ସେଥିରୁ ମାତ୍ର ୪୮୮ଜଣ ଗୃହ ସମ୍ପୂର୍ଣ୍ଣ କରିଥିବାବେଳେ ଅବଶିଷ୍ଟ ୨୬୮୮ ଜଣଙ୍କ ଗୃହ ଅଧାପନ୍ତରିଆ ରହିଛି। ଏହି ୨ ଆର୍ଥିକ ବର୍ଷରେ ସମୁଦାୟ ୬୭୭୭ ହିତାକାରୀଙ୍କୁ କାର୍ଯ୍ୟାଦେଶ
ପ୍ରଦାନ କରାଯାଇଥିବାବେଳେ ମାତ୍ର ୧୯୨୫ ଜଣ ଗୃହ ସମ୍ପୂର୍ଣ୍ଣ କରିଥିବାବେଳେ ଅବଶିଷ୍ଟ ୪୮୫୨ ହିତାଧିକାରୀଙ୍କ ଗୃହ ଅଧାପନ୍ତରିଆ ଅବସ୍ଥାରେ ରହିଛି ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୪୯.୯୬ କୋଟି ଟଙ୍କା ହିତାଧୁକାରୀଙ୍କୁ ପ୍ରଦାନ କରାଗଲାଣି। ଏପରିସ୍ଥଳେ ଚଳିତ ୨୦୨୬-୨୭ଆର୍ଥିକବର୍ଷ ପାଇଁ ଆହୁରି ୩୨୦୦ ଟାର୍ଗେଟ ଆସିଥିବା ବିଭାଗ ପକ୍ଷରୁ ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ବ୍ଲକରେ ୭୭୭ ଘର ମଧ୍ୟରୁ ବର୍ତମାନ ୧୯୯ ଗୃହ ସମ୍ପୂର୍ଣ୍ଣ ହୋଇଛି। ସେହିପରି ଧର୍ମଗଡ଼ ବ୍ଲକରେ ୫୨୪ରୁ ୨୬୦, ଗୋଲାମୁଣ୍ଡା ବ୍ଲକରେ ୬୨୭ରୁ ୧୬୮, ଜୟପାଟଣା ବ୍ଲକରେ ୪୭୮ରୁ ୧୩୬, ଜୁନାଗଡ଼ରେ ୭୪୫ରୁ ୨୩୯, କଲମପୁରରେ ୨୪୦ରୁ ୪୭, କର୍ଲାମୁଣ୍ଡାରେ ୨୬୨ରୁ ୧୩୨, କେସିଙ୍ଗାରେ ୫୫୬ରୁ ୨୦୧, କୋକସରାରେ ୪୭୮ରୁ ୮୮, ଲାଞ୍ଜିଗଡ଼ରେ ୫୯୦ରୁ ୧୦୧, ଏମ୍ ରାମପୁରରେ ୪୦୭ରୁ ୧୬୭, ନର୍ଲାରେ ୫୬୧ରୁ ୧୦୭ ଓ ଥୁଆମୂଳ ରାମପୁର ବ୍ଲକରେ ୫୩୨ରୁ ୮୦ ଘର
ସମ୍ପୂର୍ଣ୍ଣ ହୋଇଛି। ଅନ୍ୟପକ୍ଷରେ ଏହି ଯୋଜନାରେ ହିତାକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଥିବାବେଳେ ୪ ମାସ ମଧ୍ୟରେ ଗୃହ ଶେଷ କଲେ ୨୦ ହଜାର ଓ ୬ ମାସ ମଧ୍ୟରେ ଗୃହ କଲେ ଅତିରିକ୍ତ ୧୦ ହଜାର ମଧ୍ଯ ପ୍ରଦାନ କରାଯାଉଛି। ତେବେ କାର୍ଯ୍ୟାଦେଶ ପାଇ ହିତାଧିକାରୀ ଗୃହ ଠିକ୍ ସମୟରେ ସମ୍ପୂର୍ଣ୍ଣ ନ କରିବା ଘଟଣା ଦେଖୁଲେ ଏହି ଯୋଜନା ବାଟବଣା ଭଳି ମନେହୁଏ। ଗତ ଜୁଲାଇରେ ଭବାନୀପାଟଣା ବ୍ଲକ ବୋର୍ଡ ପଞ୍ଚାୟତ ଫଫସି ଗ୍ରାମର ଦିବ୍ୟାଙ୍ଗ ଦିଗମ୍ବର ଠେଲା ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପାଇ ୪ ମାସ ମଧ୍ୟରେ ଗୃହ ସମ୍ପୂର୍ଣ୍ଣ କରି ଅନ୍ୟ ପାଇଁ ଉଦାହରଣ ସାଜିଥିଲେ। ଏ ନେଇ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଦୟାମୟ ପାଢୀଙ୍କୁ ପଚାରିବାରୁ ନୂଆପଡା ଉପନିର୍ବାଚନ ପାଇଁ ୨ ମାସ ହିତାକାରୀଙ୍କ ପାଖକୁ ଟଙ୍କା ଗଲା ନାହିଁ, ଫଳରେ ଟିକିଏ ଧୂମେଇ ଯାଇଥିଲା। ଏବେ କିନ୍ତୁ ପରିସ୍ଥିତ ସ୍ବାଭାଭିକ ହେଲାଣି। ଶୀଘ୍ର ଗୃହଗୁଡିକ ସମ୍ପୂର୍ଣ ହେବ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ