ଛତ୍ରପୁରରେ ବିଜୁବାବୁଙ୍କ ୧୧୦ତମ ଜୟନ୍ତୀ ପାଳିତ

 ଛତ୍ରପୁର, (ଓ୍ବାଇଏନଏସ): ମହାନ ଜନ ନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ  ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ନେତୃ ମଣ୍ଡଳୀ ଉପସ୍ଥିତ ରହି  ଛତ୍ରପୁର ସ୍ଥିତ ଲୋଏର ବସଷ୍ଟାଣ୍ଡ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ “ସମୃଦ୍ଧ ଓଡିଶା ଗଠନ ରେ ବିଜୁବାବୁଙ୍କ ଅବଦାନ” ନେଇ ଏକ ଆଲୋଚନା ଚକ୍ର ହୋଇଥିଲା l  ଏଥିରେ ନବ ନିର୍ବାଚିତ ଛତ୍ରପୁର ବ୍ଲକ ସଭାପତି ତଥା ଶ୍ରମିକ ନେତା ଏସ. ଚକ୍ରପାଣି ରେଡ୍ଡୀ, ଗଞ୍ଜାମ ବ୍ଲକ ସଭାପତି ରଞ୍ଜନ ପଲାଇ, ଛତ୍ରପୁର ନଗର ସଭାପତି ବି. ରାଜୁବାବୁ, ଗଞ୍ଜାମ ଏନଏସି  ସଭାପତି ସୁଧୀର ପାଢ଼ୀ, ରମ୍ଭାଏନଏସି ସଭାପତି ଶ୍ରୀକାନ୍ତ ବିଶ୍ୱାଳ,ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ କୁମାର କର ଓ ବାନାମ୍ବର ପଲାଇ,  ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଵିପୁଲିଙ୍ଗି ସରପଞ୍ଚ ହିନା ସେଠି, ଆଇନଜୀବୀ ମନୋଜ କୁମାର ପାଢ଼ୀ, ଏଲ. ଗୋପାଳ ରାଓ ଓ ଭୈରଵି କୁମାର ପଟ୍ଟନାୟକ, ଯୁବନେତା ଟି. ଚନ୍ଦ୍ର ଶେଖର ରାଓ, ଅଟଳ ବିହାରୀ ପଟ୍ଟନାୟକ, ସୁରେଶ ଦାଶ,ଅଭିରାମ ପ୍ରଧାନ, ରାଜେଶ ମହାରଣା, ଟିକିନା ଗୌଡ଼, ପୂର୍ବତନ ସରପଞ୍ଚ ଶରତ ଖୁଣ୍ଟିଆ, ଗଗନ ସ୍ୱାଇଁ,କାଁହୁ ଚରଣ ବେହେରା ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ବହୁ ନେତା ଓ କର୍ମୀ ମାନେ ଯୋଗଦେଇ ପ୍ରବାଦପୁରୁଷ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହ ବିଜୁବାବୁ ଭାରତର ଗର୍ବ ଓ ଗୌରବ ଥିଲେ ବୋଲି ଅଭିହିତ କରିଥିଲେ। ଏହି ଅବସର ରେ ପୂର୍ବତନ ବିଧାୟକ ଶ୍ରୀ ବେହେରା ବିଜୁବାବୁଙ୍କ ଅବଦାନ ସମ୍ପର୍କ କହିବା ସହିତ ନବୀନବାବୁଙ୍କ ଗୁଣଗାନ କରିଥିଲେ l  ବର୍ତ୍ତମାନ ର ଡବଲ ଇଂଜିନର ସରକାର ଲୋକଙ୍କୁ ଧୋକା ଦେବା ସହିତ ଦୁର୍ନୀତିଗ୍ରସ୍ତ ଏବଂ ପୁଞ୍ଜିପତି ମାନଙ୍କ ସରକାର ବୋଲି ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ. ଚକ୍ରପାଣି ରେଡ୍ଡୀ ଓ ନଗର ସଭାପତି ଵି. ରାଜୁବାବୁ କହିଛନ୍ତି l ଏହାସହିତ ଭାଜପା ସରକାରଙ୍କୁ ଉଭୟ କଡା ସମାଲୋଚନା କରିଥିଲେ l   ସ୍ଥାନୀୟ ନେତୃବୃନ୍ଦ ମାନେ  ପ୍ରଶାସନ କୁ ହାତ ଵାରସି କରି ରାଜନୈତିକ ଉଦେଶ୍ୟ ରଖି ଲୋକ ଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଛନ୍ତି l  ଏନେଇ ବିଜେଡି ପକ୍ଷରୁ ଆଗାମୀ ଦିନ ରେ ଆନ୍ଦୋଳନ କରାଯିବ ବୋଲି ବ୍ଲକ ସଭାପତି ଶ୍ରୀ ରେଡ୍ଡୀ କହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ