ନିଖିଳ ଓଡିଶା ଅଙ୍ଗନୱାଡିକର୍ମୀ ସଂଘର ରାଜ୍ୟ ସମ୍ମିଳନୀ ଉଦଯାପିତ
ଛତ୍ରପୁର,(ଓ୍ବାଇଏନଏସ): ନିଖିଳ ଓଡିଶା କର୍ମୀ ଅଙ୍ଗନବାଡ଼ି ସଂଘ ର ଦୁଇଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଶୋକ ଦାଶ, ନିର୍ଝରାବାଳା ସାହୁ, ମାଣିକେଶ୍ବରୀ ପଟ୍ଟନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀରେ ସଭା ପରିଚାଳନା ହୋଇଥିଲା। ରାଜ୍ୟ ସାଧାରଣ ସମ୍ପାଦିକା ହର ପ୍ରିୟା ସ୍ୱାଇଁ ରିପୋର୍ଟ ଉପସ୍ଥାପନା କରିଥିଲେ l କୋଷାଧ୍ୟକ୍ଷା ସୌଦାମିନୀ ଦାଶ ଓ ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ପ୍ରତିନିଧି ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଅଙ୍ଗନୱାଡି କର୍ମୀ ଓ ସାହାୟିକା ଙ୍କ ଭତା ବୃଦ୍ଧି ପାଇଁ ଗତ ବିଧାନସଭା ନିର୍ଵାଚନ ସମୟରେ ସରକାର ଘୋଷଣା କରିଥିଲେ ମଧ୍ୟ ତାହା ଏପ୍ରଯ୍ୟନ୍ତ କାର୍ଯ୍ୟକାରି କରିନାହିଁ l ପ୍ରତିଶୃତି ଅନୁଯାଇ ତୁରନ୍ତ ଭତ୍ତାବୃଦ୍ଧି କରିବା ସହ ଜାତୀୟ ଶ୍ରମ ସମ୍ମିଳନୀ ଅନୁସାରେ ୱାର୍କର ର ମାନ୍ୟତା, ସାମାଜିକ ନିରାପତ୍ତା ଦାବିରେ ଆଗାମୀ ଏପ୍ରିଲ ୨୧ରୁ ୨୩ ତିନି ଦିନ ଧରି ପାର୍ଲ୍ୟାମେଣ୍ଟ ସମ୍ମୁଖରେ ହେଉଥିବା ଧାରଣା ରେ ଓଡିଶା ରୁ ହଜାର ହଜାର ଅଙ୍ଗନୱାଡି କର୍ମୀ ସହାୟିକା ଯୋଗ ଦେବାସହ ରାଜ୍ୟ ର ବିଭିନ୍ନ ଦାବୀ ନେଇ ବ୍ୟାପକ ସଂଗ୍ରାମ ନିମନ୍ତେ ସର୍ବଭାରତୀୟ ସାଧାରଣ ସମ୍ପାଦିକା ମାଧୁରୀ କ୍ଷୀରସାଗର ଆହ୍ୱାନ ଦେଇଛନ୍ତି। ଆଗାମୀ ୩ ବର୍ଷ ନିମନ୍ତେ ନୂତନ କର୍ମକର୍ତା ଚୟନ ହୋଇଥିଲା । ସଂଘ ର ସଭାପତି ଭାବେ ଅଶୋକ କୁମାର ଦାଶ, ସାଧାରଣ ସମ୍ପାଦିକା ଭାବେ ହରପ୍ରିୟା ସ୍ୱାଇଁ, କାର୍ଯ୍ୟକାରି ସଭାପତି ଭାବେ ବିଜୟ ଜେନା, ଉପସଭାପତି ମମତାଜ ଖୁଣ୍ଟିଆ, ନିର୍ଜରାବାଳା ସାହୁ, କମଳା ମୁର୍ମୁ, ନୀଳକଣ୍ଠ ଦାଶ, ମନୋଜ ପରିଡା ଓ ଲଷ୍ମୀପ୍ରିୟା ଦାଶ, ଉପସାଧାରଣ ସମ୍ପାଦିକା ଭାବେ ପ୍ରତିଭା ପାଲ, ବିଷ୍ଣୁପ୍ରିୟା ଜେନା ଓ ନର୍ମଦା ନାହାକ, ସମ୍ପାଦିକା ଭାବେ ପ୍ରତିମା ଦାଶ, ଆରତୀ ମହାପାତ୍ର, ସ୍ଵର୍ଣଲତା ପ୍ରଧାନ ଗୀତା ଦେବି ଓ କଲ୍ୟାଣୀ ସାହୁ କୋଷାଧକ୍ଷା ଭାବେ ସୌଦାମିନୀ ଦାଶ ଓ ଲଷ୍ମୀପ୍ରିୟା ମହାପାତ୍ର ଙ୍କ ସମେତ ୩୭ଜଣିଆ କାର୍ଯ୍ୟକାରୀ କମିଟି ଗଠିତ ହୋଇଛି। ସମ୍ମିଳନୀ କୁ ସଫଳ କରିବା ରେ ବାସନ୍ତୀ ସାହୁ, ମାଣିକେଶ୍ବରୀ ପଟ୍ଟନାୟକ, ମିନାକ୍ଷୀ ପ୍ରଧାନ, ଦମୟନ୍ତୀ ଦୋରା ମିତା ମିଶ୍ର, ଉମାରାଣୀ ପାତ୍ର, ଲଷ୍ମୀପ୍ରଧାନ, ସକାମ୍ବାରି ବାରିକ, ରିତା ଦାଶ ଲୀଳାବତୀଦୋରା ପ୍ରମ୍ମୁଖ ସହଯୋଗ କରିଥିଲେ।


