ଏପ୍ରିଲ ୪ ଓ ୫ ରେ ହେବ ଓଁକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ବରୀ,(ଚୈତନ୍ୟ ଜେନା) : ଓଁକାର ସୋସିଆଲ ଅରଗାନାଇଜେସନ୍, ଧାରପୁରର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ଗୀତିକାର ଦିଲ୍ଲୀପ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ପଞ୍ଚାୟତର ନାଥପୁର କେନ୍ଦୁଆ ସ୍ଥିତ ଓଁକାର ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ଜେନା ସୂଚନା ଦେଇ କହିଥିଲେ ଯେ ଓଁକାର ସୋସିଆଲ ଅର୍ଗାନାଇଜେସନ ସମଗ୍ର ଜିଲ୍ଲାରେ ଏକ ପ୍ରତିଷ୍ଠିତ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଭାବେ ପ୍ରତିଷ୍ଠାଲାଭ କରିଛି । ଏହାର ବାର୍ଷିକ ଉତ୍ସବରେ ସାମଲି ହେବା ପାଇଁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କଳାକାରମାନେ ଆସିଥାନ୍ତି । ରଂଗାରଂଗ କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଉପସ୍ଥିତି କଳାକାରମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ଆସନ୍ତା ଏପ୍ରିଲ ୪ ଓ ୫ ତାରିଖରେ ଏହାର ବାର୍ଷିକ ଉତ୍ସବ ସହ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅନୁଷ୍ଠାନକୁ ଭଲ ପାଉଥିବା ସମସ୍ତ ଶୁଭେଚ୍ଛୁ, ହିତାକାଂକ୍ଷୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀ ଜେନା ଅନୁରୋଧ କରିଛନ୍ତି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପ ସଭାପତି ଅଜୟ କୁମାର ଜେନା, ସମ୍ପାଦକ ମନୋଜ ମହାପାତ୍ର, ସହ ସମ୍ପାଦକ ବସନ୍ତ କୁମାର ଭୂୟାଁ, ସଂଗଠନ ସମ୍ପାଦକ ତୁଷାର ଶ୍ୟାନ୍ତି, କିଶୋର ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଗୁରୁଚରଣ ଦାସ, ତୁଷାର କାନ୍ତ ଷ୍ୟାନ୍ତି (ଖ), ପୂର୍ବତନ ସରପଂଚ ବିଜୟାନନ୍ଦ ଜେନା, ସମିତିସଭ୍ୟ ଶ୍ରୀଧର ସେଠୀ, ସରପଞ୍ଚ କୁନା ମଲିକ, ପୂର୍ବତନ ସମିତି ସଭ୍ୟ ସୁରେଶ ମଳିକ, ନବଘନ ଭୂୟାଁ ଓ ଲାଇଫ୍ କ୍ଲବ୍ର ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ସହ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ।


