ମୁଖ୍ୟମନ୍ତ୍ରୀ ବସ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ

ହାଟଡିହି (ଓ୍ବାଇଏନଏସ): ନନ୍ଦିପଦା ଥାନା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ବସ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବସ ଚାଳକ ଭାବଗ୍ରାହୀ ପାଳ ଙ୍କ ଅଭିଯୋଗ ଅନୁଯାଇ ସେ ହାଟଡିହିରୁ ଆମ୍ବୋ କୁ ବସ ନେଇ ଯାଉଥିବା ବେଳେ ରମ୍ପାସ ନିକଟରେ ତିନିଜଣ ଯୁବକ ବସ କୁ ଅଟକାଇ କାଲି ଆମ ଛୁଆଙ୍କୁ କଣ କହୁଥିଲୁ ବୋଲି ପ୍ରଶ୍ନକରି ଗାଡ଼ିରୁ ଟାଣି ଆଣିଥିଲେ। ଭାବଗ୍ରାହୀ ତଳକୁ ଓହ୍ଲାଇବା ପରେ ତାକୁ ଆଶ୍ରବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିଥିଲେ। ଏପରିକି ବସ ର କଣ୍ଡକ୍ଟର ଛଡ଼ାଇବାକୁ ଯିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଏହି ଯୁବକ ମାନେ। ଏଥିପାଇଁ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସ ଅଟକି ରହିଥିବା ବେଳେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାରେ ବିଳମ୍ବ ଘଟିଥିଲା। ଏହି ଆକ୍ରମଣ ରେ ଭାବଗ୍ରାହୀ ଆହତ ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରା ଯାଉଛି। ଡାକ୍ତରଖାନା ରୁ ଫେରିବା ପରେ ସମ୍ପୃକ୍ତ ଯୁବକ ମାନଙ୍କ ବିରୁଦ୍ଧରେ  ଥାନାରେ ଅଭିଯୋଗ କରିବେ ବୋଲି ବସ ଚାଳକ ଭାବଗ୍ରାହୀ ପାଳ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ