ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଅଧିନ ଟିଲୋ ମଧୁପୁର ଗ୍ରାମରେ ଗୁରବାର ପୂର୍ବାହ୍ନ ୧୨ଟା ବେଳେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳି ଯାଇଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ଅନିରୁଦ୍ଧ ସା ଙ୍କର ଏକ ବଖରା ଚାଳ ଛପର ଘର ସମେତ ଗୋଟିଏ ଚୋଷେଇ ଘର ଜଳି ଯାଇଛି । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ରୋଷେଇ ଚୂଲି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ଏହି ଅଗ୍ନିକାଣ୍ଡରେ ଆନୁମାନିକ ୫୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଗରପଡା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।


