ବଞ୍ଚୋରେ ରାମନବମୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ବଞ୍ଚୋରେ ରାମନବମୀ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରତିକାନ୍ତ ରାଉତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରଣାବଲ୍ଲଵ ପାଢ଼ୀ, ରାଧାଗୋବିନ୍ଦ ଦାଶ, ଗିରିଧାରୀ ପଟ୍ଟନାୟକ, ଛବିନ୍ଦ୍ର ନାୟକ, ସନାତନ ଓଝା, ପ୍ରଶାନ୍ତ ପଟ୍ଟନାୟକ, ମାର୍କଣ୍ଡ ଚରଣ ଓଝା, ସୁଧାଂଶୁ ରାଉତ, ଗଙ୍ଗାଧର ବେହେରା, କୀର୍ତ୍ତନ ବିହାରୀ ନାୟକ, ଚିନ୍ତାମଣି ରାଉତ, ବିକ୍ରମ ଦେବ ରାଉତରାୟ, ଭରତ ଚନ୍ଦ୍ର ରାଉତ, ମଧୁସୂଦନ ରାଉତ, ଚୈତନ ବେହେରା, ବୈରାଗୀ ସ୍ୱାଇଁ, ବୀରକିଶୋର ପଟ୍ଟନାୟକ, ବିମଳ କିଶୋର ଜେନା, ହରେକୃଷ୍ଣ ମୁଦୁଲି, ସନ୍ତୋଷ ପଣ୍ଡା, ମୁକେଶ ରାଉତ, କୁଳମଣି ବେହେରା, ପ୍ରିୟବ୍ରତ ନାୟକ, ଜଗନ୍ନାଥ ଦାସ, କୋଦଣ୍ଡ ସାମଲ, ଶଶାଙ୍କ ଶେଖର ପୁହାଣ, ଶୁକଦେବ ରାଉତ, ଯୁଧିଷ୍ଠିର ରାଉତ, ପଞ୍ଚାନନ ପଟ୍ଟନାୟକ, ସତ୍ୟାନନ୍ଦ ବରାଳ ପ୍ରମୁଖ ଯୋଗଦେଇ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାମନବମୀ ଉତ୍ସବ ଓ ମା ବରାହୀଙ୍କ ନିକଟରେ ହେବାକୁ ଥିବା ଦଶମୀ ପୂଜା ସମ୍ପର୍କରେ ଆଲୋଚନା କରିବା ସହିତ କିପରି ଏହାକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରାଯିବ ସେନେଇ ଆଲୋଚନା କରିଥିଲେ। ୨୭ ତାରିଖ ସକାଳେ ବୈତରଣୀରୁ ଘଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା କରାଯିବା ପରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପୂଜାର୍ଚନା ସହ ରାମାଭିଷେକ କରାଯିବ। ୨୮ତାରିଖରେ ମା ବାରାହୀଙ୍କ ନିକଟରେ ଦଶମୀପୂଜା ଓ ହୋମଯଜ୍ଞ କରାଯିବ ବୋଲି ନିଷ୍ପତି ନିଆ ଯାଇଥିଲା। ସେହିପରି ୨୭ ଓ ୨୮ ଦୁଇଦିନ ଧରି ହେବାକୁ ଥିବା ଭଜନ ସନ୍ଧ୍ୟା ଓ ୩୧ ତାରିଖରୁ ୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଖୋଲାମାଞ୍ଚ ଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।


