ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏଥି ଉପଲକ୍ଷ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁ ଯୋଗ ଦେଇଥିଲେ। ଆଇନଜୀବି ହରପ୍ରସାଦ ରଥ , କାର୍ଯ୍ୟକ୍ରମ ସଂଯୋଜିକା ତଥା ଅଧ୍ୟାପିକା ରଶ୍ମିତା କୁମାରୀ ମେକାପ , ଭାରତ ସ୍କାଉଟ ଏବଂ ଗାଇଡ୍ ପ୍ରଶିକ୍ଷିକା ତଥା ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ, ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ଗୌଡ଼, ଶକ୍ତିଶ୍ରୀ କାର୍ଯ୍ୟକ୍ରମ ସଂଯୋଜିକା ତଥା ଅଧ୍ୟାପିକା ସସ୍ମିତା କୁମାରୀ ପ୍ରଧାନ, ଅଧ୍ୟାପକ ଦେବଦତ୍ତ ପଣ୍ଡା, ଟୁନା ବେହେରା ଏବଂ ଆତ୍ମ ସୁରକ୍ଷା ତାଲିମ୍ ପ୍ରଶିକ୍ଷିକା ରାକ୍ଷୀ କୁମାରୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବର୍ତ୍ତମାନ ସମାଜରେ ଛାତ୍ରୀ ଆତ୍ମ ସୁରକ୍ଷାର ଅନିବାର୍ଯ୍ୟତା ସମ୍ପର୍କରେ ଅତିଥି ବୃନ୍ଦ ସେମାନଙ୍କ ଉଦବୋଧନରେ ମତପ୍ରକାଶ କରିଥିଲେ।୮ ଦିନ ଧରି ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରୀ ଉପସ୍ଥିତ ରହି ପ୍ରଥମ ଦିବସରେ ଆତ୍ମ ସୁରକ୍ଷା ସମ୍ପର୍କିତ ବିଭିନ୍ନ କଳା କୌଶଳ ର ତାଲିମ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।ଏହି ତାଲିମ ଶିବିର ଆସନ୍ତା ଗୁରୁବାର ଉଦଯାପିତ ହେବ ବୋଲି କାର୍ଯ୍ୟକ୍ରମ ସଂଯୋଜିକା କହିଛନ୍ତି।


