ଦିଗପହଣ୍ଡି ରେ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଦିନ ବ୍ୟାପୀ ଚାଲିଥିବା ଶିକ୍ଷଣ ସାମଗ୍ରୀ କର୍ମଶାଳା ଗୁରୁବାର ଉଦଯାପିତ ହୋଇଯାଇଛି।ଉଦଯାପନୀ ସଭାରେ ବ୍ଲକ ଗୋଷ୍ଠୀ ଶିକ୍ଷାଧକାରୀ ସନ୍ତୋଷ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଶିଶୁ ବାଟିକା ଠାରୁ ଆରମ୍ଭକରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରଙ୍କୁ ଶିକ୍ଷାଦାନ ସମୟରେ ଆବଶ୍ୟକ ଥିବା ୮୦ ଟି  ବିଷୟଭିତ୍ତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା। ବ୍ଲକ ଅଧିନ ୧୬ଟି କ୍ଲଷ୍ଟର ରୁ ୫୦ ଶିକ୍ଷୟତ୍ରୀ ଶିକ୍ଷକ କର୍ମଶାଳାରେ ଅଂଶଗ୍ରହଣ କରି ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ବ୍ଲକ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ପ୍ରଶିକ୍ଷକ ଭାବେ ଯୋଗଦେଇ କର୍ମଶାଳା ହେଉଛି ପ୍ରଶିକ୍ଷଣାତ୍ମକ କାର୍ଯ୍ୟକ୍ରମ।ଏହାର ଉଦ୍ଦେଶ୍ୟ ହେଲା ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଶ୍ରେଣୀ ଗୃହରେ ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ ଶିକ୍ଷଣ ସାମଗ୍ରୀ ବ୍ୟବହାର କରାଇବା ରେ କୁଶଳ କରାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ।କର୍ମଶାଳା ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ,ବିଷୟ ଭିତ୍ତିକ ସମସ୍ତ ଶ୍ରେଣୀ ଓ ସମସ୍ତବର୍ଗର ଛାତ୍ରୀଛାତ୍ର ମାନକ ପାଇଁ  ଶିକ୍ଷାଦାନ ଶୈଳୀକୁ ସରଳ,ସୁଦୃଢ ଓ ଦୀର୍ଘସ୍ଥାୟୀ କରିବା ପାଇଁ ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ପ୍ରଦର୍ଶନ କରାଯାଇଥିଲା।ଅନ୍ୟତମ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ, ରସାନନ୍ଦ ଘଡ଼େଇ କର୍ମଶାଳାର ଉପସ୍ଥିତ ରହି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ନଗର ସିଆରସିସି ଅନିଲ କୁମାର ଦାସ ଙ୍କ ସମେତ ସମସ୍ତ ସିଆରସିସି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ