ଜିଲ୍ଲାସ୍ତରୀୟ ପଖାଳ ପରବ ପାଳିତ
ଛତ୍ରପୁର, (ଓ୍ବାଇଏନଏସ): ଓଡ଼ିଆଙ୍କର ପ୍ରିୟ ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କହେ। ଏହା କେବଳ ଏକ ଖାଦ୍ୟ ନୁହେଁ। କୁହାଯାଏ ପଖାଳ ଖାଇବା କ୍ଷଣି ହିଁ ପାଟିରୁ ବାହା ବାହାରି ଆସେ ଯାହା ହେଉ ଆତ୍ମା ଶାନ୍ତି। ଆଜି ‘ପଖାଳ ଦିବସ’ ଅବସରରେ ଆମର ଏହି ପାରମ୍ପରିକ ଖାଦ୍ୟର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଙ୍କ ପକ୍ଷରୁ “ପଖାଳ ପରବ ” ପାଳନ କରାଯାଇଛି ।ଏନେଇ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତାମ୍ପରା ହ୍ରଦ ଠାରେ ଜିଲ୍ଲା ସ୍ତରୀୟ “ପଖାଳ ପରବ ” ପାଳନ କରାଯାଇଛି l ଗଞ୍ଜାମ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଓ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା ଅତିଥି ଭାବେ ଯୋଗଦେଇ ଆଜିର ଦିବସ ଉପରେ କହିବା ସହିତ ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ଆମ ମାଟିର ବାସ୍ନା, ଆମ ପରମ୍ପରାର ଗୌରବ ଏବଂ ଓଡ଼ିଆ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ ବୋଲି ଉଭୟ କହିଥିଲେ । ଏହି ଅବସର ରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ,ଡେପୁଟି କଲେକ୍ଟର କସ୍ତୁରୀ ସ୍ୱାଇଁ, ଅରୁଣ କୁମାର ଖଣ୍ଡା ଓ ସୁଶାନ୍ତ କୁମାର ସାମନ୍ତ ଙ୍କ ସହ ଗଣ ମାଧ୍ୟମରପ୍ରତିନିଧି, ସରକାରୀ କର୍ମଚାରୀ ଓ ବୃଦ୍ଧିଜୀବୀ ମାନେ ସାମିଲ ହୋଇ ପଖାଳ ଖାଇ ଏହାର ମଜା ନେଇଥିଲେ l ଏହା ସହିତ ରାଜ୍ୟ ସ୍ତରୀୟ ପଖାଳ ପରବ କାର୍ଯ୍ୟକ୍ରମ ର ଏଲଇଡ଼ି ମାଧ୍ୟମରେ ଦେଖିଥିଲେ l


