ଅନୁସୂଚିତ ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଆଲୋକ ସେଠୀ

ହାଟଡିହି ,(ଓ୍ବାଇଏନଏସ) :  ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲୋକ ସେଠୀ  ରାଜ୍ୟ ଅନୁସୂଚିତ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।  ଆଲୋକ ଗତ ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ଜିଲା ଭାଜପା ସମ୍ପାଦକ,ଗତ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ଜିଲା ଏସସି ମୋର୍ଚ୍ଚା ସଭାପତି ଦାୟିତ୍ୱ ତୁଲାଇ ଥିଲେ। ଗତ ୨୦୨୦ରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ସେ ଆନନ୍ଦପୁର ବିଧାନସଭା ଆସନରେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ  ପ୍ରତିଦ୍ୱନ୍ଦ୍ୱିତା କରି ନିଜର ଭୋଟ୍‌ ହାର ବଢ଼ାଇବାରେ ସକ୍ଷମ ମଧ୍ୟ ହୋଇଥିଲେ। ସେ ଜଣେ ଦକ୍ଷ ସଂଗଠକ ଭାବେ ସମଗ୍ର ଜିଲ୍ଲାରେ ତାଙ୍କର ଜଣାଶୁଣା।  ଆଲୋକଙ୍କୁ ରାଜ୍ୟ ଏସ୍‌ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମିଳିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଏସ୍‌ସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ, ସାଂସଦ ଅନନ୍ତ ନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କୁ ଏପରି ପଦବୀ ମିଳିବା ପରେ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ କୁମାର ଜେନା, ରୁଦ୍ର ପ୍ରସାଦ ଜେନା, ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା, ଦିପ୍ତିମୟୀ ଖୁଣ୍ଟିଆ, ଟିକି କିସ୍କୁ, ଙ୍କ ସମେତ ଅନେକ ବିଜେପି କର୍ମୀ ଆଲୋକଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କୁ ଯେଉଁ  ଦାୟିତ୍ୱ ଦିଆ ଯାଇଛି ତାକୁ ସେ ସଠିକ୍‌ ଭାବେ ତୁଲାଇବେ ବୋଲି ଆଲୋକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ