ରଥ ନିର୍ମାଣ ପାଇଁ ବୁଗୁଡ଼ା ବନାଞ୍ଚଳରୁ ପୁରୀକୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,(ଅନୀଲ କୁମାର ମହାରଣା) :  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ପୁରୀକୁ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରୁ ୧୬ ଖଣ୍ଡ ଫାଶୀ କାଠ ଗଣ୍ଡି ୨୦ ତାରିଖ ଦିନ ପ୍ରେରଣ କରାଯାଇଛି। ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଖରିଡା, ବଡଖୋଲି ଓ ସାନଖୋଲି ଅଞ୍ଚଳରୁ ୧୬ ବ୍ଯକ୍ତି ୧୬ ଟି ବୃହତ ଫାଶି କାଠ ଗଣ୍ଡି ରଥ ନିର୍ମାଣ ସକାଶେ ଦାନ କରିଥିଲେ। ପୂଜାପାଠ ସମ୍ପାଦନ କଲାପରେ କାଠଗୁଡିକୁ ସମ୍ମାନ ସହ ବୁଗୁଡା ବଡଦାଣ୍ଡ ସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖକୁ ଅଣାଯାଇଥିଲା। ସେଠାରେ ବାଦ୍ଯ ବାଜଣା ସହ ରଥ କାଠ ଗଣ୍ଡି ଗୁଡିକୁ ପୂଜାର୍ଚ୍ଚନା ପରେ ପୁରୀକୁ ପ୍ରେରଣ କରାଯାଇଥିଲା। ଉକ୍ତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ଡିଏଫଓ ଡକ୍ଟର ବିପାଶା ପାରୁଲ୍,ଏସିଏଫ୍ ପ୍ରଦୀପ କୁମାର ବେହେରା, ବୁଗୁଡା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ ଓ ସମସ୍ତ ବନ କର୍ମଚାରୀ, ରଥଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତାଗଣ, ଅଞ୍ଚଳର ବୁଦ୍ଧିଜୀବୀ ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ